ମିଶନ ରବିବାର ୧୪ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅସହାୟ ଓ ନିରାଶ୍ରୟଙ୍କ ମୁହଁରେ ଚେନାଏ ହସ ଫୁଟାଇବ ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମିଶନ ରବିବାର । ଦୀର୍ଘ ୧୪ ସପ୍ତାହ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ଭଳି ଆଜି ମଧ୍ୟ ମିଶନ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲକୁ ଦୂର ଦୂରାନ୍ତରରୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ଖାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ରାଜଧାନୀର ଯେଉଁ ହୋଟେଲକୁ ଖାଇବାକୁ ଗଲେ ଅଧିକ ଟଙ୍କା ଦେଇ ବହୁ ସମୟ ଅପେକ୍ଷା କରିଥାନ୍ତି । ଏହାକୁ ନଜରରେ ରଖି ନୂଆ ସକାଳ ଫାଉଣ୍ଡେସନ ଓ ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ରନ୍ଧାଖାଦ୍ୟ ଯଥା ଭାତ, ଡ଼ାଲମା, ଖଟା ଇତ୍ୟାଦି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ସମାଜ ଦର୍ପଣ ହେଲ୍ପ ଗ୍ରୁପ୍, କଟକର ଅଗ୍ରଣୀ ଅନୁଷ୍ଠାନ ଶ୍ରଦ୍ଧା ଫାଉଣ୍ଡେସନ ଯୋଗଦେଇ ଭୁବନେଶ୍ୱରର ଯୁବ ସମାଜସେବୀ ବାପି ପାତ୍ର, ଭୁବନେଶ୍ୱରର ଅତି ପରିଚିତ ତଥା ବିଶିଷ୍ଟ ସମାଜସେବୀ ପ୍ରତାପ ସହୁ, ଭୁବନେଶ୍ୱରର ଯୁବ ସମାଜସେବୀ ତ୍ରିଲୋଚନ ସାହୁ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଆମ ପରିବାରର ସଦସ୍ୟମାନେ ସମ୍ବର୍ଦ୍ଧିତ କରିଥିଲେ । ଆଜିର ଦିନରେ ବିଶେଷତଃ ନୂଆ ସକାଳ ଫାଉଣ୍ଡେସନ ପରିବାରର ଖାଦ୍ୟ ଯୋଗାଇବାରେ ସହଯୋଗ କରିଥିଲେ ଓ ଅନ୍ୟ ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନୂଆ ନୂଆ ସକାଳ ଫାଉଣ୍ଡେସନର ସଭାପତି ରାଜୀବ ଲୋଚନ ମହାରଣା ଓ ଜୀବନ ସେବା ଫାଉଣ୍ଡେସନର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


