ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ଓଡ଼ିଆ ଚଳଚ୍ଚିତ୍ର ମନମୋର କାଗଜ ଗୁଡ଼ି ତରଫରୁ ବୃକ୍ଷ ରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ମନ ମୋର କାଗଜ ଗୁଡ଼ି ପରିବାର ଓ ନ୍ୟୁ ଏଜି କଲୋନୀ ରେସିଡ଼େନ୍ସି କମିଟିର ମିଳିତ ସହଯୋଗରେ କଲୋନୀ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମାରୀ କରୋନା ସମୟରେ ଓଡ଼ିଆ ସିନେମା ଜଗତ ରାଜ୍ୟ ସରକାରଙ୍କ ଉଦ୍ୟମରେ କିପରି ଆଦୃତ ହୋଇପାରିବ ଏବଂ ଓଡ଼ିଶାରେ ଅଧିକ ସଂଖ୍ୟକ ସିନେମା ହଲ ସୃଷ୍ଟି ହୋଇପାରିବ, ସେ ନେଇ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଅଭିନେତା ରାକେଶ, ଅଭିନେତ୍ରୀ ଭୂମିକା, ରେଶ୍ମା, ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଏବଂ ଅନ୍ୟ କଳାକାରମାନେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ କିପରି ପୂର୍ବ ସ୍ଥିତିକୁ ଫେରି ସ୍ୱଭାବିକ ଭାବେ ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ ସେ ନେଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ନ୍ୟୁ ଏଜି କଲୋନୀର ସଭାପତି ଅଭିଶେକ କୁମାର, ସମ୍ପାଦକ ମାଧବ ଚନ୍ଦ୍ର ପଣ୍ଡା, କଳାକାର, ସମାଜସେବୀମାନ ବୃକ୍ଷ ରୋପଣ କରିଥିବାରୁ ସମସ୍ତଙ୍କ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଯୋଜକ ଶିବିର କୁମାର ପରିଡ଼ା ଏବଂ ସହ ପ୍ରଯୋଜକ ବିବେକାନନ୍ଦ ବାରିକ । ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ମହାନ୍ତି, ସୁଷମାଦେଇ ମହାପାତ୍ର, ଗୀତାଞ୍ଜଳି ପ୍ରଧାନ, ଅଶୋକ ମହାନ୍ତି, ସଞ୍ଜୟ, ମଧୁ ଡ଼ୋରା, ରାମ ମାଝୀ, ସୁରେଶ ମିଶ୍ର, ପୁଷ୍ପାଞ୍ଜଳି ଦାସ, ସୁଶାନ୍ତ ରାଉତ, ପ୍ରଶାନ୍ତ ମହାନ୍ତି, ପ୍ରଭାତୀ ବାରିକ, ତ୍ରିନାଥ ମହାରଣା, ସଂଗ୍ରାମ ଜେନା, ଭାଗବତ ଦାସ, ଶିଶିର ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଥିଲେ ।


