ଯୁବତୀକୁ ଅନ୍ତସତ୍ତ୍ୱା ପରେ ପ୍ରତାରଣା , ପୁଲିସରେ ଅଭିଯୋଗ କଲେ ଯୁବତୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ କଣିଆରୀ ଗ୍ରାମରେ ଜଣେ ନିରାଶ୍ରୟ ଯୁବତୀକୁ ପ୍ରେମକରି ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହିତ ଯୁବତୀ ଜଣକ ଅନ୍ତସତ୍ୱା କରିବାପରେ ଯୁବକ ଜଣକ ପ୍ରତାରଣା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଆନନ୍ଦପୁର ଥାନା ବରଡି ଗ୍ରାମର ଜଣେ ଯୁବକ କଣିଆରୀ ଗ୍ରାମର ଜଣେ ନିରାଶ୍ରୟ ଯୁବତୀକୁ ସାହାଯ୍ୟ କରିବା ଆଳରେ ତାର ସରଳତାର ସୁଯୋଗ ନେଇ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ରଖିବା ସହିତ ବିବାହ କରିବାର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଏପରିକି ଅନେକ ଦିନ ପର୍ଯ୍ୟନ୍ତ ଉଭୟ ପତି ପତ୍ନୀ ଭଳି ଚଳି ଆସୁଥିଲେ । ଯୁବତୀ ଜଣକ ଅନ୍ତସତ୍ୱା ହେବାରୁ ସେ ଯେ କୌଣସି ମନ୍ଦିର ନଚେତ କୋର୍ଟରେ ବିବାହ କରିବା ପାଇଁ ଯୁବକ ଜଣକୁ ବାଧ୍ୟ କରିଥିଲା । ଏହା ଶୁଣି ଯୁବକ ଜଣକ ଆଉ ଧରାଛୁଆଁ ଦେଇ ନଥିଲା । ବାରମ୍ବାର ଠକି ଚାଲିବାପରେ ଯୁବତୀ ଜଣକ ଗତ କିଛିଦିନ ତଳେ ଯୁବକଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ଯୁବକର ଭାଇ ତୁରନ୍ତ ଆପରେସନ କରିନେ ନଚେତ ଏଠାରୁ ତୁରନ୍ତ ପଳାଇ ଯାଆ ନଚେତ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ । ଯୁବତୀ ଜଣକ ବାଧ୍ୟ ହୋଇ ନିରାଶରେ ଘରକୁ ଫେରିଆସିବା ପରେ ଶୁକ୍ରବାର ଏ ସମ୍ପର୍କରେ ସୋସୋ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ