ମୁଖ୍ୟମନ୍ତ୍ରୀଙ୍କ ବିଏସକେୱାଇ ଶୁଭାରମ୍ଭ କାର୍ଯକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କୁ ଉପେକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡି ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ ପ୍ରଦାନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ ହୋଇଥିଲା କିନ୍ତୁ ମୋତେ କେହି ନିମନ୍ତ୍ରଣ କରିନାହାନ୍ତି । ମୁଁ ଜଣେ ଅନୁସୂଚିତଜନଜାତିର ମହିଳା ଜନପ୍ରତିନିଧି ଏବଂ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଟେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ହିସାବରେ ବହୁ ଗୁରୁଦାୟିତ୍ୱ ରହିଛି । ହେଲେ ଏପରି ଏକ ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୋତେ ବାଦ ଦେଇଥିବାରୁ ପ୍ରତିବାଦ କରୁଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ ନ ଥିବାରୁ ଯୋଗ ଦେଇ ପାରିଲିନାହିଁ । ଏହି ନିମନ୍ତ୍ରଣ ଦାୟିତ୍ୱରେ ଥିବା ଜିଲ୍ଲାର ପଦାଧିକାରୀ ଜଣକ ମୋ ପ୍ରତି ଅସମ୍ମାନ କରିଛନ୍ତି ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ