ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମିଲର ମାନଙ୍କ ଅସହଯୋଗ ଯୋଗୁଁ ମଣ୍ଡିରୁ ଧାନ ଉଠୁନଥିବା ନେଇ ଶନିବାର ଛତ୍ରପୁର ତାରାତାରିଣୀ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ପୋଟ୍ଟଲାମପୁର ଚାଷି । ଚାଷୀଙ୍କ ଟୋକେନ ଅବଧି ଶେଷ ହୋଇଯାଇଥିବା ନେଇ ଯୋଗାଣ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏଭଳି ପରିସ୍ଥିତିରେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ନଜିର ଆସିଛି । ଛତ୍ରପୁର-ତାରାତାରିଣୀ ମୁଖ୍ୟରାସ୍ତା ପୋଟଲାମପୁର ଠାରେ ପୋଟଲାମପୁର ପଞ୍ଚାଚତର ଶତ।।ଧିକ ଚାଷୀ ଧାନବସ୍ତା ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଶନିବାର ସକାଳ ୮ଟାରୁ ଚାଷୀ ଛତ୍ରପୁର- ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ପୋଟଲାମପୁର ପଞ୍ଚାୟତର ସମସ୍ତ ଚାଷୀଙ୍କ ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଲାଗି ସେମାନଙ୍କ ଟୋକେନ ରଦ୍ଦ ହେବାର ଆଶଙ୍କା ରହିଛି । ୪୦୦ ଟୋକେନ ମଧ୍ୟରୁ ମାତ୍ର ୩୭ ଟି ଟୋକେନରେ ୧୪୬୧ କ୍ୱିଣ୍ଟାଲ ଧାନ କିଣାଯାଇଛି । ବାକି ଟୋକେନ୍ ଥିବା ଚାଷୀଙ୍କ ଧାନ କିଣା ଯାଉନାହିଁ । ମିଲରମାନଙ୍କ ଅସହଯୋଗ ରହୁଥିବା ବେଳେ ପ୍ରଶାସନ ଅଧିକାରୀଙ୍କୁ ପଞ୍ଚାୟତର ଚାଷୀ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଫଳରେ ଆଜି ସମୂହ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ଏହି ଅଞ୍ଚଳରୁ ଛତ୍ରପୁର ଓ ବ୍ରହ୍ମପୁରକୁ ଯାଉଥିବା ଦୁଇଗୋଟି ଜଳ ଯୋଗାଣ ପ୍ରକଳ୍ପକୁ ବନ୍ଦ କରିଥିବାରୁ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା । ସୂଚନା ପାଇ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝସୁଝା କରିଥିଲେ । ସମୂହ ଚାଷୀଙ୍କ ଧାନ କିଣାଯିବ ସହ ଟୋକେନର ଅବଧି ବୃଦ୍ଧି କରିବା ପାଇଁ ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ଆନ୍ଦୋଳନରେ ପୋଟ୍ଟଲାମପୁର ବାଣ ଲିଙ୍ଗେଶ୍ୱର କୃଷକ ସଂଘର ସଭାପତି ରାଜେନ୍ଦ୍ର ନାହାକ, ଉପସଭାପତି ରାଜେନ୍ଦ୍ର ନାହାକ, ସମ୍ପାଦକ ସନ୍ୟାସୀ ସ୍ୱାଇଁ, ଯୁଗ୍ମ ସମ୍ପାଦକ ନୀଳାଞ୍ଚଳ ପାଣିଗ୍ରାହୀ, କୋଷାଧ୍ୟକ୍ଷ ବାବୁଲି ସ୍ୱାଇଁ, ପ୍ରବାସୀ ପ୍ରଧାନ, ରବିନ୍ଦ୍ର ନାହାକ, ଚାଷୀ ବଇଁଶି ପାହାନ, ଆନନ୍ଦ ସ୍ୱାଇଁ, ଗୋରଖ ପାହାନ, ବାବୁ ସ୍ୱାଇଁ, ବାବୁଲି ସ୍ୱାଇଁ, ବିଜୟ ପ୍ରଧାନ, ସନ୍ୟାସି ସ୍ୱାଇଁ, ଶତ୍ରୁଘନ ବିଶ୍ୱାଳଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ