ମୁନସୀ ମେଳଣ ବନ୍ଦ, ପାରମ୍ପରିକ ବିଧି ଅନୁଯାୟୀ ପୂଜା ପାଉଛନ୍ତି ଶ୍ରୀଜିଉ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଚଳିତବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହରୀ ଆସିବା ଫଳରେ ବିଭିନ୍ନ ସଭାସମିତି, ସାମାଜିକ କାର୍ଯ୍ୟ ଓ ପୂଜା ଉତ୍ସବରେ ରୋକ ଲଗାଯାଇଛି । ବିଶେଷକରି ଦୋଳ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀର ପ୍ରସିଦ୍ଧ ମୁନସୀ ମେଳନ ଫିକା ପଡିଛି । ଆଜି କେବଳ ଥାନା ପରିସର ଆରାଧ୍ୟ ଦେବତା ଶୀତିକଣ୍ଠେଶ୍ୱର ମନ୍ଦିରରେ ବିଧି ଅନୁଯାୟୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଆରାଧ୍ୟା ଦେବତାଙ୍କ ପ୍ରଥମେ ଷୋଡଶ ଉପଚାର ପୂଜା ଓ ଅଭିଷେକ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିବାବେଳେ ରାଧାକୃଷ୍ଣଙ୍କର ଷୋଡଶ ଉପଚାର ପୂଜା ସହିତ ଦେବସ୍ନାନ ଅନୁଷ୍ଠିତ ହୋଇଛି । ଏହାଛଡା ୧୦୮ ବେଲପତ୍ର ସମର୍ପଣ ଓ ନାମ ସଂଙ୍କୀର୍ତ୍ତ ପାରମ୍ପରିକ ଭାବେ ଆୟୋଜନ ହୋଇଥିଲା । ସଂଙ୍କଳ୍ପ କର୍ତ୍ତା ଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ତାଙ୍କ ପତ୍ନୀ ସରିତା ପ୍ରଧାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ପୂଜକ ଭାବେ ରାଜକିଶୋର ପଣ୍ଡା, ସୁବାଷ ପଣ୍ଡା, ଜଗବନ୍ଧୁ ପଣ୍ଡା, ବଳରାମ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର ସାହୁ, ମଧୁସୂଦନ ନାୟକ, ଲକ୍ଷ୍ମୀଧର ବାରିକ, ବିଶ୍ୱପ୍ରିତମ ପ୍ରଧାନ, ଥାନା ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ବିଜୟ କୁମାର ନାୟକ, ବିଶ୍ୱକେଶନ ପରିଡା ପ୍ରମୁଖ ନିରାଡମ୍ବର ଭାବେ ପୂଜାକାର୍ଯ୍ୟକୁ ପରିଚାଳନା କରିଥିଲେ । ମେଳଣ ପ୍ରତୀକ ସ୍ୱରୂପ ପାରମ୍ପରିକ ଭାବେ ବିଭିନ୍ନ ଗ୍ରାମରୁ ରାଧାକୃଷ୍ଣ ପଟୁଆରରେ ଆସିବା ପରେ ଥାନା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଯୁଗଳମୂର୍ତ୍ତୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ