ମୁମ୍ବାଈରୁ ଲୋକାର୍ପିତ ହେଲା ସର୍ବକନିଷ୍ଠ ଲେଖିକାଙ୍କ ଗଳ୍ପସଂକଳନ ‘ତସନିମ୍ କାହାଣୀମାଳା’

ନିମାପଡ଼ା, (ସନ୍ତୋଷ ଦାଶ):ଜାତୀୟସ୍ତର ର ପ୍ରକାଶନି ସଂସ୍ଥା ଷ୍ଟୋରି ମିରର୍ ଇନଫୋଟେକ୍ ପ୍ରା:ଲିଃ,ମୁମ୍ବାଇ ଦ୍ବାରା ଏକ ‘ ପୁସ୍ତକ ଲେକାର୍ପଣ ପର୍ବ’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ରଥଙ୍କ ବ୍ୟଙ୍ଗାତ୍ମକ ଗଳ୍ପ ଗୁଚ୍ଛ ‘ସୁକୁଟାସନ’,କୁନି ଲେଖିକା ତସନିମ୍ ସୁଲତାନାଙ୍କ ଗଳ୍ପଗୁଚ୍ଛ ‘ ତସନିମ୍ କାହାଣୀମାଳା,ନୀଳମାଧବ ଭୂୟାଁଙ୍କ ଉପନ୍ୟାସ ‘ସୁରଭି ୧ ଓ ୨ ଓ ଡଃ ପୂଜାରାଣୀ ଘୋଷଙ୍କ କବିତା ଗୁଚ୍ଛ ‘ ମୁଁ ଅନୁଭବୀ ‘ ପୁସ୍ତକ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଥିଲା । ଲୋକାର୍ପିତ ପୁସ୍ତକ ଗୁଡିକ ମଧ୍ୟରେ ସର୍ବକନିଷ୍ଠା ଲେଖିକା ଭାବେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକିରସାହୀ ଗ୍ରାମର ଝିଅ ତସନିମ୍ ସୁଲତାନା(୧୩ ବର୍ଷ) ରହିଛନ୍ତି । ସେ ସଂପ୍ରତି କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀରେ ପଢୁଛନ୍ତି ।ଏହି କାର୍ଯ୍ୟକ୍ରମକୁ ଷ୍ଟୋରି ମିରର୍ ର ପ୍ରତିଷ୍ଠାତା ଓ ସଞ୍ଚାଳକ ବିଭୁଦତ୍ତ ରାଉତ ଉଦଘାଟନ କରିଥିଲେ ।ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ସତ୍ୟ ପ୍ରକାଶ ସେଠୀ, ସତ୍ୟବତୀ ସ୍ବାଇଁ ଓ ସଂଯୋଜକ ଭାବେ ସାହିତ୍ୟିକ ରାକେଶ ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିକାଶ ସାହୁ ପରିଚାଳନା କରିଥିଲେ । ତସନିମ୍ଙ୍କ ପୁସ୍ତକ ଉନ୍ମୋଚନ ହେବା ପରେ ସେ କୁନି ଲେଖିକା ଭାବେ ସମଗ୍ର କାକଟପୁର ଅଞ୍ଚଳ ରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ର ଏହି ସଫଳତା ପାଇଁ ତାଙ୍କ ସହପାଠୀ, ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଶୁଭେଚ୍ଛୁ, ବନ୍ଧୁ,ପରିଜନ, ବୁଦ୍ଧିଜୀବି ତାଙ୍କୁ ଓ ତାଙ୍କ ପରିବାର କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ