ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ : ୧୨ ଘଣ୍ଟିଆ କଟକ ବନ୍ଦ ଡ଼ାକରା

କଟକ, (ଦୀପକ ବେଉରା): ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କାଲି୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ବଲବତ୍ତର ରଖିଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ