ମେଡିସିନ ଦୋକାନ ଭଙ୍ଗା ଓ ଆକ୍ରମଣ ଘଟଣା, ଆଞ୍ଚଳିକ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ, ଅଭିଯୁକ୍ତଙ୍କ ଗିରଫ ଦାବୀ

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ଗତ ୯ ତାରିଖ ସଂଧ୍ୟା ୭ଟା ବେଳେ ଶାରଳା ପୀଠ କନକପୁର ବଜାର ସ୍ଥିତ ଦାସ ମେଡ଼ିସିନ ଷ୍ଟୋର ମାଲିକ ବିପିନ ବିହାରୀ ଦାସଙ୍କୁ ଆକ୍ରମଣ ସହ ଦୋକାନ ଭଙ୍ଗାରୁଜା ଓ ଲୁଟ ଘଟଣାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବୀରେ ବିକ୍ଷୋଭ କରାଯାଇଛି। କନକପୁର ନାଗରିକ ସୁରକ୍ଷା ମଞ୍ଚର ଆବାହକ ଆଇନିଜୀବୀ ମହେଶ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। କନକପୁର ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଶାରଳା ମନ୍ଦିର ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭରେ କନକପୁର ବଜାର କମିଟିର ସଭାପତି ଶିଶିର କୁମାର ସିଂହ, ପଣ୍ଡିତ ରବିନାରାୟଣ ଆଚାର୍ଯ୍ୟ, ସମିତି ସଭ୍ୟ ଅଜୟ ରାଉଳ, ବିପିନ ବିହାରୀ ପଣ୍ଡା, ଯୁବନେତା ଅଶୋକ ମହାନ୍ତି, ଶାରଳା ମନ୍ଦିରର ପୂର୍ବତନ ପରିଚ୍ଛା ସୁଦାମ ଚରଣ ପଣ୍ଡା, ବ୍ରଜ କିଶୋର ମଲିକ ପ୍ରମୁଖ ଯୋଗ ଦେଇ କଳା ସଂସ୍କୃତି ର ଆଦିପୀଠ ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳା ପୀଠର ପବିତ୍ରତା ଓ ଯାତ୍ରୀମାନଙ୍କ ସୁରକ୍ଷା,ବ୍ୟବସାୟ କରୁଥିବା ଲୋକଙ୍କ ପ୍ରତି ସୁରକ୍ଷା ଯୋଗେଇଦେବା ସହ ବିପିନ ବିହାରୀ ଦାସ ଙ୍କୁ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ମତ ପ୍ରକାଶ କରିଥିଲେ । ପୋଲିସ ଜାଣି ଶୁଣି ଆକ୍ରମଣ କାରୀଙ୍କୁ ଘଣ୍ଟ ଘୋଡାଉଛି।ବୋଲି ବକ୍ତା ମନେ କ୍ଷୋଭ ପ୍ରକାଶ କରି ପୋଲିସ ନିସ୍କିୟତାର ସମାଲୋଚନା କରିଥିଲେ। ସପ୍ତାହ ମଧ୍ୟରେ ଏହି ଦାବୀ ପ୍ରତି ପଶାସନ ଦୃଷ୍ଟି ନଦେଲେ ଆଇନ ହାତକୁ ନେବାକୁ ମଞ୍ଚ ପଛାଇବେ ନାହିଁ ବୋଲି ଚେତାବନି ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ