ମେ୨୩ ରେ ୫-ଟି ଅଧ୍ୟକ୍ଷଙ୍କ ନାଉଗାଁ ବ୍ଲକ ଗ୍ରସ୍ତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ମେ ୨୩ ତାରିଖ ଅପରାହ୍ନରେ ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କର ଜଗତସିଂହପୁର ନିର୍ବାଚନମଣ୍ଡଳୀ ନାଉଗାଁ ବ୍ଳକ ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡର ସୋମବାର ତଦାରଖ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ,ଏସଡିପିଓ ରଶ୍ମିରଂଜନ ସାହୁ, ନାଉଗାଁ ଥାନା ଆଇଆଇସି ସଂଘମିତ୍ରା ନାୟକ ପ୍ରମୁଖ ବ୍ଳକ ଛକ ନିକଟରେ ହେବାକୁ ଥିବା ଅସ୍ଥାୟୀ ହେଲିପ୍ୟାଡର ସ୍ଥାନ ପରିଦର୍ଶନ କରିବା ସହିତ ତଦାରଖ କରିଥିଲେ ।