ମୋହନାରେ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ପୋଲିସ ଓ ପରିବହନ ବିଭାଗ ମିଳିତରେ ଆଜି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ୱାବଧାନରେ ମୋହନାରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି | ତେବେ ଏହି ସଡ଼କ ସୁରକ୍ଷା ଅଭିଯାନ ମାଧ୍ୟମରେ ଜନ ସାଧାରଣ ତଥା ଗାଡିଚାଳକ ମାନଙ୍କୁ ସଚେତନ କରିବା ଲାଗି ମୋହନା କଲେଜଛକ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ହାଇସ୍କୁଲ ଛକରେ ପହଞ୍ଚିଥିଲା | ଏହି କାର୍ଯ୍ୟକ୍ରମ ସମୟରେ ରାସ୍ତାରେ ଯାତାୟତ କରୁଥିବା ମଟର ସାଇକେଲ ଚାଳକମାନେ ହେଲିମେଟ ପିନ୍ଧିଥିଲେ ସେମାନଙ୍କୁ ପୁଷ୍ପଦେଇ ସମ୍ବର୍ଦ୍ଧନା କରାଯାଇଥିଲା, ସେହିପରି ଚାରୀ ଚକିଆ ଗାଡି ଚାଳକ ସିଟବେଲ୍ଟ ପିନ୍ଧି ଗାଡିଚାଳନା କରୁଥିଲେ ତାଙ୍କୁ ମଧ୍ୟ ଗୋଲାପ ଫୁଲ ଦେଇ ଧନ୍ୟବାଦ ଜଣାଇବା ସହ ନିଜ ଜିବନ ନିଜ ହାତରେ କହିବା ସହ ମଟର ସାଇକେଲ ଚାଳନା ସମୟରେ ସଦାବେଳେ ହେଲିମେଟ ବ୍ୟବହାର କରନ୍ତୁ ଏବଂ ଚାରିଚକିଆ ହେଉ ଅବା ଭାରୀଯାନ ଚାଳନା କଲା ସମୟରେ ସବୁବେଳେ ସିଟବେଲ୍ଟ ବ୍ୟବହାର କରିବାଲାଗି ଥାନା ଅଧିକାରୀ ନାୟକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୋହନା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ କର୍ମଚାରୀମାନେ ସାମିଲି ଥିଲେ |


