ମୋ ସ୍କୁଲ ଅଭିଯାନ ଅନୁଦାନ ପାଣ୍ଠିକୁ ବି.ଆର୍.ସି.ସିଙ୍କ ସହାୟତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଗଡଚଣ୍ଡୀ ସରକାରୀ ଉପ୍ରା ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଅନୁଦାନ ପାଣ୍ଠିକୁ ଗୋଷ୍ଠୀ ସାଧନ କେନ୍ଦ୍ର ଯୋଜକ(ବି.ଆର୍.ସି.ସି) ଅମୂଲ୍ୟ କୁମାର ମିଶ୍ର ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପରାଣୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାତ୍ର, ଉପାଧ୍ୟକ୍ଷା ଗୀତାଞ୍ଜଳୀ ରାଉତ, ସଭ୍ୟ ଅକ୍ଷୟ କୁମାର ସ୍ୱାଇଁ, ସନ୍ତୋଷ ରାଉତ, ଶିକ୍ଷକ ଅରୁଣ କୁମାର ଜେନା, ଗଜେନ୍ଦ୍ର କୁମାର ସାହୁ, ଡମ୍ବରୁଧର ପଢିଆରୀ, ନିତ୍ୟାନନ୍ଦ ସାହୁ, ଶିକ୍ଷୟିତ୍ରୀ ଦେବପ୍ରିୟା ଜେନା, ମନୋରମା ମହାନ୍ତି ଉପସ୍ଥିତ ଥିଲେ ।