ମ୍ୟାଲେରିଆ ଚିହ୍ନଟ କରିବ କୁକୁର

ବ୍ରିଟେନ୍ ଏବଂ ଗାମ୍ବିଆର ବୈଜ୍ଞାନିକଙ୍କ ମତରେ, ପ୍ରଥମଥର ଏଭଳି ଏକ ଉପାୟର ସନ୍ଧାନ ହୋଇଛି, ଯଦ୍ଦ୍ୱାରା କୁକୁରମାନେ ମ୍ୟାଲେରିଆ ଭଳି ରୋଗର ଚିହ୍ନଟ କରିବାରେ ସାହାଯ୍ୟ କରିପାରିବେ । ବୈଜ୍ଞାନିକଙ୍କ ଅନୁସାରେ, କୁକୁରଙ୍କୁ ସଂକ୍ରମିତ ବ୍ୟକ୍ତିର ପୋଷାକ ଶୁଙ୍ଘି ମ୍ୟାଲେରିଆ ଚିହ୍ନଟ କରିବାର ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ବ୍ରିଟେନ୍ର ଡରହମ୍ ୟୁନିଭର୍ସିଟିର କିଛି କୁକୁରଙ୍କୁ ପ୍ରଶିକ୍ଷଣରେ ନିୟୋଜିତ କରାଯାଇଛି । ଆଶା କରାଯାଉଛି, ଏମାନଙ୍କ ସହାୟତାରେ ମ୍ୟାଲେରିଆ ରୋକିବା ଏବଂ ନିବାରଣ ଦିଗରେ ଉନ୍ନତ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଗବେଷଣା ଏବେ ପ୍ରାରମ୍ଭିକ ଚରଣରେ ରହିଛି । ଗବେଷଣାରେ କୁହାଯାଇଛି, ଯେତେବେଳେ କୌଣସି ବ୍ୟକ୍ତି ମ୍ୟାଲେରିଆରେ ପୀଡ଼ିତ ହୁଅନ୍ତି, ତାଙ୍କ ଶରୀରର ବାସ୍ନା ଅଲଗା ପ୍ରକାରର ହୋଇଯାଏ । ଏମିତିରେ କୁକୁରଙ୍କ ସହାୟତାରେ ଶରୀରରେ ମ୍ୟାଲେରିଆ ଚିହ୍ନଟ ସମ୍ଭବ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ