ଗ୍ରାମବାସୀଙ୍କ କରୋନା ସଚେତନତା ଓ ସଫେଇ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡି ଗାଁରେ ସଚେତନତା କାର୍ଯ୍ୟକ୍ରମ ସହ ଗାଁ ପରିମଲାକୁ ସଫା କରିଛନ୍ତି ଗ୍ରାମବାସୀ । ଗାଁରେ ୩୦ ଜଣଙ୍କୁ ନେଇ ଆଦର୍ଶ କରୋନାଯୋଦ୍ଧା କମିଟି ଗଠନ କରିବା ସହ ଗ୍ରାମବାସୀ ମିଳିତ ଭାବେ କରୋନା ମହାମାରୀକୁ ରକ୍ଷା ପାଇବେ , ସେଥିପାଇଁ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା, ଘର ଦାଣ୍ଡରେ ସାବୁନ ବାଲ୍ଟି ରଖିବା ପାଇଁ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଗାଁ ଲୋକେ କିଭଳି ଡେଙ୍ଗୁ, ମେଲେରିଆ ଆଦି ରୋଗରୁ ରକ୍ଷା ପାଇବେ ସେଥିପାଇଁ ମିଳିତ ଭାବେ ସାହିଗୁଡ଼ିକର ପତିବେଶ ସଫା କରିଛନ୍ତି । କାର୍ଯ୍ୟକ୍ରମରେ ଗାଁ ସଭାପତି ଶଙ୍କର ପ୍ରଧାନ, ଦେବଚନ୍ଦ୍ର ପ୍ରଧାନ, ରାମନ ଲହରା, ସର୍ବେଶ୍ୱର ଲହରା, ଧର୍ମରାଜ ପ୍ରଧାନଙ୍କ ସମେତ ଗାଁର ଯୁବକ ସଙ୍ଘ ସାମିଲ ଥିଲେ ।


