ଯୁବକଙ୍କୁ ମାଡ ମାରିବା ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଜୋଣପୋଖରୀ ଗ୍ରାମ ରାସ୍ତା ପାଶ୍ୱର୍ରେ ଜଣେ ଯୁବକ ବୁଲେଟ୍ ମଟର ସାଇକେଲରେ ବସି ମୋବାଇଲରେ କଥା ହେଉଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକ୍ରେ ଆସି ତାଙ୍କୁ ଧକ୍କା ଦେବା ଫଳରେ ବୁଲେଟରେ ବସିଥିବା ଯୁବକ ଜଣକ ତଳେ ପଡି ଆହତ ହୋଇଥିଲେ । ଏଥିରେ ପ୍ରତିବାଦ କରିବାରୁ ବାଇକ୍ ଆରୋହୀ ଜଣକ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଗଣିଜାଙ୍ଗ ହାସିନପୁର ଗ୍ରାମର ସତ୍ୟ ରଞ୍ଜନ ଜେନା ଜୋଣପୋଖରୀ ମଉସା ଘର ସାମ୍ନାରେ ଛିଡା ହୋଇ ମୋବାଇଲରେ କଥା ହେଉଥିବା ବେଳେ ସେଣ୍ଢତୀରା ଗ୍ରାମର ହରିହର ଷଣ୍ଢ ଏକ ବାଇକ୍ରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ସେ ଗାଡିରୁ ତଳେ ପଡି ଆହତ ହୋଇଥିଲେ । ଏଥିରେ ସତ୍ୟ ରଞ୍ଜନ ପ୍ରତିବାଦ କରିବାରୁ ହରିହର ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ପରଦିନ ସକାଳେ ସତ୍ୟ ମଉସା ଘରେ ଥିବା ବେଳେ ହରିହରଙ୍କ ସମେତ କିଛି ଲୋକ ପହଞ୍ôଚ ତାଙ୍କୁ ମାରିବା ପାଇଁ ଧମକ ଦେବା ସହ ତାଙ୍କ ବୁଲେଟ୍ ମଟର ସାଇକେଲରୁ କିଛି ଯନ୍ତ୍ରାଂଶ ଖୋଲି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ରବିବାର ପୋଲିସ କେସ ନଂ-୯୫/୨୦ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


