ଯୋଗାଚାର୍ଯ୍ୟ ସ୍ୱର୍ଗତ ସୂର୍ଯ୍ୟମଣି ସାମଲଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଡତୀରା ପଞ୍ଚାୟତ ରାଧାନଗର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ଯୋଗାଚାର୍ଯ୍ୟ ସ୍ୱର୍ଗତ ସୂର୍ଯ୍ୟମଣି ସାମଲଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ବେଦପାଠ କରି ଉଦ୍ଘାଟନ କରିଥିଲେ । ମହତାବ ମଇ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ମଳୟ କୁମାର ଜେନା, ଭଣ୍ଡାରିପୋଖରୀର ପ୍ରାକ୍ତନ ବିଧାୟକ ରଥ ଦାସ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ରାଷ୍ଟ୍ରପତି ପୁରସ୍କୃତ ପ୍ରାକ୍ତନ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଉପଜିଲାପାଳ ପ୍ରସନ୍ନ ସେନାପତି, ବ୍ଲକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମା, ବିଜେପି ନେତା ପଞ୍ଚାନନ ରାଉତ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଓଷ୍ଟାର ପ୍ରାକ୍ତନ ରାଜ୍ୟ ସଂପାଦକ ରଘୁନାଥ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବାରିକ, ପର୍ଶୁରାମ ନାୟକ, ରୋହିତ କୁମାର ଜେନା, ପିତାମ୍ବର ପହି, ବାବାଜି ଚରଣ ଦଳେଇ, ଶିବ ଚରଣ ରାଉତ, ରମାକାନ୍ତ ମଲ୍ଲିକ, ମୁକ୍ତିକାନ୍ତ ସାହୁ, ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, ସମାଜସେବୀ ସେକ୍ ଜଲାଲଉଦ୍ଦୀନ୍, ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ଶ୍ରୀକାନ୍ତ ପଣ୍ଡା, ଗୟାଧର ଦାଶ, ଆଇନଜୀବି ବେଣୁଧର ମଲ୍ଲିକ, ଅଣାକାର ମଲ୍ଲିକ, ସମାଜସେବୀ ପ୍ରେମାନନ୍ଦ ନାୟକ, ତାପସ ଖଣ୍ଡାଇ, ପ୍ରାକ୍ତନ ସରପଞ୍ଚ ସୁରେନ୍ଦ୍ର ଜେନା, ବିଜୟ କୁମାର ନାୟକ, କାଶିନାଥ ଜେନା, ନାରାୟଣ ଚନ୍ଦ୍ର ରାଉତ, ପୀତବାସ ପଣ୍ଡା, ସୂର୍ଯମଣି ସାହୁଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ସାମଲଙ୍କ ଅବିସ୍ମରଣୀୟ ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାମଲଙ୍କ ଫଟୋ ଚିତ୍ରରେ ଅତିଥି ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ କୁମାର ସାମଲ, ସୁଶାନ୍ତ ସାମଲ, ଜୟନ୍ତ କୁମାର ସାମଲ, ହରେକୃଷ୍ଣ ସାମଲ, ପ୍ରଭାତ ସେନାପତିଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।


