ଯୋଡା ପୋଲିସ ଦ୍ୱାରା ଅଜଣା ବାଳକ ଉଦ୍ଧାର

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ପୋଲିସ ଜଣେ ଅଜଣା ବାଳକକୁ ଉଦ୍ଧାର କରି ଚାଇଲ୍ଡ ୱେଲଫେୟାର କମିଟିକୁ ହସ୍ତାନ୍ତର କରିଛି । ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ଏ ସମ୍ପର୍କରେ ସୁଚନା ଦେଇ କହିଛନ୍ତି ଯେ, ଗତ ଅକ୍ଟୋବର ୨୮ ତାରିଖ ବିଳମ୍ବିତ ରାତିରେ ଯୋଡା ଓ ଭଦ୍ରାସାହି ଜଙ୍ଗଲ ମଧ୍ୟ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ତାକୁ ଉଦ୍ଧାର କରିଥିଲା । ବାଳକଟି ମୁକ ଥିବାରୁ ସେ କିଛି କହିପାରୁ ନଥିଲା । ବାଳକଟିର ବୟସ ୬/୭ ବର୍ଷ ବୋଲି ପୋଲିସ୍ ସୂଚନା ଦେଇଛି । ପୋଲିସ ପଚରାଉଚରା କରିବାରୁ ଜାଣିବାକୁ ପାଇଥିଲା ଯେ, ସେ କେବଳ ହିନ୍ଦି ଭାଷାରେ କିଛି ଶବ୍ଦ ବୁଝିପାରୁଥିଲା ଏବଂ ଲେଖି ବି ପାରୁଥିଲା । ଏହି କାରଣରୁ ବାଳକଟି ପଡୋଶୀ ରାଜ୍ୟ ଝାଡଖଣ୍ଡର ହୋଇଥିବା ଅନୁମାନ କରିଥିଲା । ଯୋଡା ପୋଲିସ ଉକ୍ତ ବାଳକକୁ କେନ୍ଦୁଝର ଚାଇଲ୍ଡଲାଇନ ୱେଲଫେୟାର କମିଟିର ସଦସ୍ୟଙ୍କୁ ଜଣାଇ ହସ୍ତାନ୍ତର କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ