ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ସଙ୍ଗଠନ ‘ସଂକଳ୍ପ’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ସମାଜସେବୀ ସଲିମ ରାଜାଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା । ସାମ୍ପ୍ରତିକ ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାର ଗ୍ରାମାଞ୍ଚଳମାନଙ୍କରେ ରକ୍ତଦାନ ଶିବିର ଆୟୋଜନ ବନ୍ଦ ରହିଥିବା ବେଳେ ରକ୍ତର ଅଭାବକୁ ଗୁରୁତ୍ୱ ଦେଇ ଏହି ଶିବିର ଆୟୋଜନ କରାଯାଇଛି ବୋଲି ଶ୍ରୀ ରାଜା କହିଛନ୍ତି । ଆନନ୍ଦ କୁନିଆ, ଜ୍ୟୋତି ପ୍ରକାଶ ଦେ, ସରୋଜ ତରେଇ, ଶେଖ ଖଲିଦ, ବିଶ୍ୱଜିତ ବେହେରା ପ୍ରମୁଖ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ । ସଂକଳ୍ପର ସଦସ୍ୟ ସଦସ୍ୟାଙ୍କ ସମେତ ଡାକ୍ତରଖାନାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ଼ ଏବଂ ନିଗମ ହସପିଟାଲର କର୍ମଚାରୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ ।