ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍
ବିଗତ ଦିନରେ ଦୀପିକା ପାଦୁକୋନ୍ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍ରେ ଖୁବ୍ ଚର୍ଚ୍ଚା ହେଉଥିଲା । ପରେ ବ୍ରେକ୍ଅପକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ଦୁଇଜଣ ଭଲ ବନ୍ଧୁ ହୋଇଯାଇଛନ୍ତି । ୨୮ ସେପ୍ଟେମ୍ବର ଅର୍ଥାତ୍ ରଣବୀର ତାଙ୍କର ୩୭ତମ ଜନ୍ମଦିବସ ପାଳନ କରିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଜନ୍ମଦିନ ପାର୍ଟି ରଖିଥିଲେ । ଏହି ପାର୍ଟିରେ ବଲିଉଡର କିଛି ଅଭିନେତ୍ରୀ ଅଭିନେତା ଯୋଗଦେଇଥିଲେ । ଏଥିରେ ଦୀପିକା ପାଦୁକୋନ୍ ମଧ୍ୟ ଉପସ୍ଥିତ ଥିଲେ ।


