ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା । ଦେଖୁନାହାନ୍ତି, ଗାଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ ଏକ ଅଫର । ହଁ , ସେ ହେଲେ ନବାଗତ ରାକେଶ ଦେଓ । ନିକଟରେ ତାଙ୍କ ଅଭିନୀତ “ତୁ କହିଦେ ଆଇ ଲଭ୍ ୟୁ’ ମୁକ୍ତିଲାଭ କରିଛି । ଏବେ ସେ “ତୁ ମୋ କମଜୋରି’ ଟାଇଟଲ ବିଶିଷ୍ଟ ଆଉ ଏକ ସିନେମାର ନାୟକ ସାଜିଛନ୍ତି । ହେଲେ ଏପରି ଏକ ଇମୋଶନାଲ ପ୍ରେମ କାହାଣୀରେ ତାଙ୍କ ସହ ନାୟିକା ଭାବରେ କିଏ ସ୍କ୍ରିନ୍ ସେୟାର କରୁଛି ତାହା ଫାଇନାଲ ହୋଇନାହିଁ । ଏଥିପାଇଁ ଜଣେ ଚୁଲବୁଲି ସୁନ୍ଦରୀ ସନ୍ଧାନରେ ଅଛନ୍ତି ପ୍ରଯୋଜକ ଭାର୍ଗବୀ ତ୍ରିପାଠୀ-ଟିକି ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ସନ୍ତାଷ ବିଶ୍ୱାଳ । ସନ୍ତୋଷ ଏହି ଫିଲ୍ମର କାହାଣୀ ସହ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ବସନ୍ତରାଜ ସାମଲଙ୍କ ରଚିତ ଗୀତଗୁଡିକର ମ୍ୟୁଜିକ ରେକର୍ଡିଂ କାମ ଚାଲୁ ରହିଛି । ଶ୍ରଦ୍ଧା ସବୁରୀ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବାଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ