ରବି ଫସଲ ପାଇଁ ଚାଷୀଙ୍କର କେନାଲ ଜଳର ଆବଶ୍ୟକତା ନାହିଁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଆସନ୍ତା ରବି ଫସଲ ପାଇଁ ଚାଷୀ ଓ ପାଣି ପଞ୍ଚାୟତ ଗୁଡିକ କେନାଲ ଯୋଗେ ଜଳ ଯୋଗାଣ ପାଇଁ ଆଗ୍ରହୀ ନଥିବାରୁ କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅକ୍ଷୀକ୍ଷଣ ଯନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗତ ଜୱାଦ ଓ ଅଦିନିଆ ବର୍ଷା ଫଳରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାରୁ ସେମାନେ ଆସନ୍ତା ରବି ଫସଲ ପାଇଁ କେନାଲ ଯୋଗେ ଜଳ ଯୋଗାଣ ପାଇଁ ଆଗ୍ରହୀ ନାହାନ୍ତି । କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ(ପୂର୍ବ ସର୍କଲ)ଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ସେ ଏହାକୁ ଅନୁମୋଦନ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


