ରାଇରଙ୍ଗପୁରରେ ବହୁ ଅପେକ୍ଷିତ ଧାନମଣ୍ଡି ଉପଜିଲ୍ଲାପାଳ ଙ୍କ ଦ୍ବାରା ଉଦ୍ଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଚାଷୀ ହସିଲେ ଦେଶ ହସିବ । ଚାଷୀ ଲହୁ ଲୁହାଣରେ କ୍ଷେତରୁ ଅମଳ କରିଥିବା ଧାନକୁ ସରକାରଙ୍କ ମଣ୍ଡିରେ ବିକିବା ପାଇଁ ଆଜିଠାରୁ ମୟୂରଭଂଜ ଜିଲ୍ଲାର ଜିଲ୍ଲାପାଳ ଶୁଭ ଉଦ୍ଘାଟନ କରିଛନ୍ତି । ଚାଷୀ ତାହାର ବଳକା ଧାନ ବିକ୍ରି କରିବା ପାଇଁ ଦଲାଲଙ୍କ ହାତରେ ବନ୍ଧା ଭନ ପଡ଼ି ସରକାରଙ୍କ ଧାର୍ଯ୍ଯ ଦର ୧୮୬୮ ଟଙ୍କାରେ ବିକ୍ରିକରି ଦୁଇ ଇସା ଲାଭବାନ ହୋଇପାରିବେ । ଶୁକ୍ରବାର ଦିନ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଲେମ୍ପ,ଗୁହାଳଡାଙ୍ଗିରି ଲେମ୍ପ,ବହଳଦା ଲେମ୍ପ,ବିଶୋଇ ଲେମ୍ପ,ମଣଦା ଲେମ୍ପର ଅସନା,ବିଜାତଳା ଲେମ୍ଏବଂ ବଡାମତଳିଆ ଲେମ୍ପର ଶୁଭ ଉଦଘାଟନ ହୋଇଯାଇଛି । ରାଇରଙ୍ଗପୁର ଲେମ୍ପକୁ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେରାଇରଙ୍ଗପୁର ବଜାର ନିୟନ୍ତ୍ରିତ କମିଟି ସଂପାଦକ ହେମନ୍ତ ନାଏକ,ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ,ଜଗଦମ୍ବା ରାଇସ ମିଲ କର୍ମଚାରୀ, ରାଇରଙ୍ଗପୁର ଲେମ୍ପ ଏମଡି ଲୋପାମୁଦ୍ରା ମହାନ୍ତ,ଡାଟା କମ୍ପ୍ଯୁଟର ଅପେରେଟର ସଂଜିତ ବାରିକ,ଦୀନେଶ ବେହେରା, ଆଶୁତୋଷ ମହାନ୍ତ ଏବଂ ଚାଷୀମାନେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୬ଜଣ ଚାଷୀଙ୍କଠାରୁ ଧାନ କିଣା ଯାଇଥିଲା । ରାଇରଙ୍ଗପୁର ଲେମ୍ପରେ ସୋମବାର, ଵୁଧବାର,ଶୁକ୍ରବାର ଏବଂ ଶନିବାର ଦିନ ଧାନ କ୍ରୟ କରାଯିବ ।ଧାନମଣ୍ଡିକୁ ଆସିଥିବା ଚାଷୀମାନଙ୍କ ପାଇଁ ଆରଏମସି ତରଫରୁ ବିଶ୍ରାମସ୍ଥଳି,ପିଇବାପାଣି, ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବା ସହ ଲେମ୍ପକୁ ମଧ୍ୟ ଓଜନ ମେସିନ,ଟାର୍ପୋଲିନ ଯୋଗାଇ ଦିଆଯାଇଛି ।ବିଳମ୍ବରେ ଧାନ ମଣ୍ଡି ଉଦ୍ଘାଟନ ହେଲେ ମଧ୍ଯ ଖବର ପାଇ ଚାଷୀ ମହଲରେ ଆନନ୍ଦ ଲହରି ଖେଳିଯାଇଛି । ରାଇରଙ୍ଗପୁର ଲେମ୍ପରେ ୨୬୪୯୮.୨୫ କ୍ବିଣ୍ଟାଲ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି ।ତନ୍ମଧ୍ୟରୁ ପ୍ରଥମ ପାଳିରେ ୬୭୦୦ କ୍ବିଣ୍ଟାଲ ଧାନ କିଣାଯିବ ।


