ଭାଲୁଯୋଡିରେ ଅବକାରୀ ଚଢାଉ! ୪୫ଲି ଦେଶୀ ମଦ ଜବତ ସହ୨୪୦୦କେଜି ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବଣ,ଜଙ୍ଗଲ,ନଦୀନାଳ ଘେରା ବାମନଘାଟୀ ଉପଖଣ୍ଡର ପାର୍ବତ୍ଯାଞ୍ଚଳ ଚୋରା ମଦମାଫିଆଙ୍କର ଭୂସ୍ବର୍ଗ ପାଲଟିଛି ।ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ନିରିହ ଯୁବଗୋଷ୍ଠୀ, ଗାଁ ଟାଉଟର ,ଜନପ୍ରତିନିଧି, ଅସାଧୁ କର୍ମଚାରୀ ମାନଙ୍କୁ ପ୍ରଲୋଭିତ କରି ମଦମାଫିଆମାନେ ଚୋରା ମଦ ରନ୍ଧା,ବିକ୍ରୟ ଖରି ମାଲେମାଲ ହେଉଛନ୍ତି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁଯୋଡି ଗ୍ରାମ୍ଯ ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ ମୟୂରଭଂଜ ଅବକାରୀ ସୁପରିଣ୍ଟେଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ଓଆଇସି ହରିହର ସିଂଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।ଅବକାରୀ କର୍ମଚାରୀଙ୍କୁ ଦେଖି ମଦମାଫିଆମାନେ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ । ଅବକାରୀ କର୍ମଚାରୀ ପ୍ରମୁଖ ୨୪୦୦କେଜି ପୋଚ ,ରନ୍ଧା ସାମଗ୍ରୀ ନଷ୍ଟ କରି ଦେଇଥିବାବେଳେ ୪୫ଲି ରନ୍ଧାମଦ ଜବତ କରିଥିଲେ । ଚଢ଼ାଉରେ ସୁମନ୍ତ ମହାନ୍ତ, ସଚିପତି ମହାନ୍ତ, ତ୍ରିବେଣୀ ମହାନ୍ତ ଅମ୍ବିକା ନାଏକ,କ୍ରିଷ୍ନା ବିନ୍ଧାଣି ସାମିଲ ଥିଲେ ।


