ରାଇରଙ୍ଗପୁର ଟାଉନଥାନା ରେ ନବ ନିଯୁକ୍ତ ଆଇ.ଆଇ .ସି. ଭାବେ ରୋଜାଲିନ ବେହେରା ଙ୍କ ଦାୟିତ୍ଵ ଗ୍ରହଣ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସର୍କଲ ଅଧୀନସ୍ଥ ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ରେ ନବ ନିଯୁକ୍ତ ଥାନା ଅଧିକାରୀ ( ଆଇ.ଆଇ.ସି. ) ଭାବେ ଇନ୍ସପେକ୍ଟର ରୋଜାଲିନ ବେହେରା ଆଜି ( ମଙ୍ଗଳବାର ) ପୂର୍ବାହ୍ନ ସମୟରେ ନୂତନ କାର୍ଯ୍ୟା ଭାର ଗ୍ରହଣ କରିଛନ୍ତି। ରାଇରଙ୍ଗପୁର ଟାଉନ ଥାନା ର ଭାରାପ୍ରାପ୍ତ ଅଧିକାରୀ ଏସ.ଆଇ. ଡମ୍ବରୁଧର ମହାନ୍ତ ଙ୍କ ଠାରୁ ନୂତନ ଆଇ.ଆଇ.ସି ରୋଜାଲିନ ବେହେରା କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନବ ନିଯୁକ୍ତ ଆଇ.ଆଇ.ସି ରୋଜାଲିନ ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇ.ଆଇ.ସି ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳର ଜନସାଧାରଣ ଙ୍କ ଆଇନ ଶୃଙ୍ଖଳା ତଥା ବିଭିନ୍ନ ଅପରାଧି କାର୍ଯ୍ୟ କଳାପ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେବେ ।ଵିଶେଷତଃ ଶିଶୁ,ମହିଳା ,ବୟସ୍କ,ଦିଵ୍ଯାଙ୍ଗ,ଅସହାୟ ଲୋକଙ୍କୁ ପ୍ରତି ଯେଭଳି ତ୍ୱରିତ ନ୍ୟାୟ ମିଳିବ ସେଥିପାଇଁ ପ୍ରାଥମିକ ଭାବରେ ଗୁରୁତ୍ଵ ଦେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ରାଇରଙ୍ଗପୁର ସହରର ଭାଇଚାରା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତିଶୃଙ୍ଖଳା ପାଇଁ ସହରବାସୀଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ