ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଧମାନଗର ବ୍ଲକ ଧମାନଗର ମହାବିଦ୍ୟାଳୟର ଜୀବନରେ ଛାତ୍ରୀମାନେ ସଫଳ ହେବାକୁ ହେଲେ ସେମାନେ ଦୃଢ଼ ଇଛାଶକ୍ତି ଓ ଅଜୁରନ୍ତ,,, ମନୋବଳର ଅଧିକରିଣୀ ହେବାକୁ ପଡିବ ବୋଲି ଧାମନଗର ମହାବିଦ୍ୟାଳୟରେ ୨୪ରୁ ଉର୍ଦ୍ଧ୍ବ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଅଷ୍ଟ ଦିବସ ବ୍ୟାପି ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ମତ ପ୍ରକାଶ ପାଇଛି। ଅଧକ୍ଷ ପବିତ୍ର ପାଣିଗ୍ରାହୀ ଶିବିରରେ ଉଦଘାଟନ କରି ରାଜ୍ୟ ସରକାର ତଥା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରୋତ୍ସାହନରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ପ୍ରକାଶ କରିଥିଲେ। ଅଧ୍ୟାପିକା ସ୍ମରଣୀକା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବସ୍ତବିକା ଦାସ ଓ ଅଧ୍ୟାପିକା ଅଦ୍ୟାରଶ୍ମି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରାଧ୍ୟାପକ ବନମାଳୀ ଦାସ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିପ୍ରାପ୍ତ ଅତିଥି ଅଧ୍ୟାପିକା ଅର୍ପିତା ନାୟକଙ୍କ ସମେତ ତିନିଜଣ ମାଷ୍ଟର ଟ୍ରେନରଙ୍କୁ ସୁବେଛା ଜ୍ଞାପନ କରାଯାଇଥିଲା। ଅଧ୍ୟାପିକା ସାଜିଆ ତମକିନ୍, ବୈରଗଞ୍ଜନ ଦାସ ଓ ଆଶ୍ରିବାଦ ମହାନ୍ତି ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ। ଅଧ୍ୟାପକ ଡ଼ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।


