ରାତାରାତି ସ୍କୁଲ ପାଚେରୀ ଭାଙ୍ଗିବା ଘଟଣା କୁ ମାସେ ବିତିଲା, କାର୍ଯ୍ୟାନୁଷ୍ଠାନ ଶୁନ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଗତ ଅକ୍ଟୋବର ମାସ ୨୮ ତାରିଖ ବିଳମ୍ବିତ ରାତିରେ ତେନ୍ତୁଳିପଦି ସରକାରୀ ସ୍କୁଲ ପାଚେରୀ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲା ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୨୮ତାରିଖ ରାତି ଦୁଇଟା ପରେ କେହି ଦୁର୍ବୁତ୍ତ ଜେସିବି ମେସିନି ସାହାଯ୍ୟରେ ସ୍କୁଲ ପାଚେରୀକୁ ଭାଙ୍ଗିଦେଇ ଏକ ରାସ୍ତା ନିର୍ମାଣ କରିଥିଲେ। ଶନିବାର ସକାଳୁ ଗ୍ରାମବାସୀ ଏ ବାବଦରେ ଜାଣିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ୱାର୍ଡ ସଭ୍ୟା ସୁନିତା ନାଥ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ନରୋତ୍ତମ ନାଥ, ସଦସ୍ୟ ଶରତ କୁମାର ସା, ଚିନ୍ତାମଣି ବିଶ୍ୱାଳ, ପ୍ରସନ୍ନ ରାଉତ, ସୂର୍ଯ୍ୟମଣି ନାଥ, ଗୋପାଳ ଧଳ, ପ୍ରମୋଦ ବେହେରା, ନାରାୟଣ ଜେନା, କୁଳମଣି ରାଉତ, ଶଙ୍କର୍ଷଣ ରାଉତ, ସନ୍ୟାସୀ ନାୟକ, ପଦ୍ମାବତୀ ଜେନା, ସବିତା ଧଳ, ନିରୁପମା ସା, ପଙ୍କଜିନି କର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡାକି ଏ ବାବଦରେ ଜଣାଇବା ସହିତ ଏକ ବୈଠକ କରି ପୁଲିସରେ ଅଭିଯୋଗ କରିବା ସହିତ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ। ସେମାନଙ୍କ କବିବା କଥା ଯେ ସ୍କୁଲ ପଛପଟେ ଥିବା ଏକ ଜମି କିଆରୀକୁ ରାସ୍ତା ନିର୍ମାଣ କରିବା ପାଇଁ ଜମି ମାଲିକ ଜେସିବି ମେସିନ ଲଗାଇ ଏପରି କରିଥିବା ସେମାନେ ଅନୁମାନ କରୁଥିବା ନେଜ ପୁଲିସରେ କହିଥିଲେ। ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିବା ବେଳେ ଗ୍ରାମବାସୀ ମାନେ ଜେସିବି ନମ୍ବର ମଧ୍ୟ ଦେଇଥିଲେ। କିନ୍ତୁ ଏପରି ଏକ ସମ୍ବେଦନ ଶୀଳ ଘଟଣା ରେ ପୁଲିସର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ମାସେ ପରେ ମଧ୍ୟ ପୁଲିସ ଏ ଘଟଣା ରେ ବ୍ୟବହୃତ ହୋଇଥିବା ଜେସିବି କୁ ଜବଦ ନକରିବା ପୁଲିସର କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଗ୍ରାମବାସୀ କହିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଏବେ ଭଙ୍ଗା ଯାଇଥିବା ପାଚେରୀ ସ୍ଥାନରେ ତାରବାଡ଼ କରିଥିବା ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ବେହେରା କହିଛନ୍ତି। ଯଦି ଏକ ସରକାରୀ କାର୍ଯ୍ୟାଳୟର ପାଚେରୀକୁ ଭାଙ୍ଗିଦେବା ଘଟଣା ରେ ପୁଲିସ ନିରବ ରହୁଛି ତେବେ ଆମେ କାହାକୁ ଅଭିଯୋଗ କରିବୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ