ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ପାଇଁ ଅଣ୍ଟାଭିଡ଼ିଲା ପାଇକ ମହାସଂଘ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରପତିଙ୍କ ଓଡ଼ିଶାଗ୍ରସ୍ତ ଓ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଓଡ଼ିଶା ଆଗମନ ଅବସରରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କୁ ସୁସଜ୍ଜିତ ଖଣ୍ଡା, ତରବାରୀ, ଗଦା, ମୁଦ୍ଗର, ଢାଲ ସହିତ ସୁସଜ୍ଜିତ ପାଇକ ଆଖଡ଼ା ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ଅଣ୍ଟା ଭିଡ଼ିଲା ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କହିଛନ୍ତି । ଐତିହାସିକ ପୀଠସ୍ଥଳୀ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ ପାଇକମାନଙ୍କ ପାଇଁ ଏକ ବଡ଼ ସମ୍ମାନ । କଳିଙ୍ଗ ଯୁଦ୍ଧ ଠାରୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ପାଇକମାନଙ୍କ ସଂଗ୍ରାମର ପଟ୍ଟାନ୍ତର ନାହିଁ । କେନ୍ଦ୍ର ସରକାର ୨୦୦ ବର୍ଷର ପୂର୍ତ୍ତି ପାଳନ କରିବା ଓ ଅର୍ଥ ମଞ୍ଜୁର କରିବା ତଥା ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ୧୦ ଏକର ଜାଗା ପ୍ରଦାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଭିତରେ ପାଇକ ମହାସଂଘ ପକ୍ଷରୁ ବାରମ୍ବାର ଦାବି କରି ଆସୁଥିବା ପାଇକ ଏକାଡ଼େମୀ ଗଠନ ଆଜି ସାକାର ହେବାକୁ ଯାଉଛି । ପରନ୍ତୁ ପାଇକ ଆଖଡ଼ା ଆଜି ମାଟିରେ ମିଶିଲାଣି । ପାଇକମାନଙ୍କ ହାତ ହତିଆର ହଜିବାକୁ ବସିଲାଣି । ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ପାଇକ ଆଖଡ଼ାର ଉନ୍ନତି ପାଇଁ ପଦକ୍ଷେପ ନେଲେ ଏହି ସମରକଳା ପାଇକ ଆଖଡ଼ା ବିଶ୍ୱ ଦରବାରରେ ପୁଣି ନିଜର ପୂର୍ବ ସୁରୀର ରଣହୁଙ୍କାରର ସ୍ମୃତିକୁ ଉଜ୍ଜିବୀତ କରିପାରିବ । ଏହି ମର୍ମରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ପଦକ୍ଷେପ ସ୍ୱାଗତଯୋଗ୍ୟ । ପାଇକଙ୍କ ନାମରେ ଅଣପାଇକମାନଙ୍କର କାର୍ଯ୍ୟକ୍ରମକୁ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜିର ଏହି ବୈଠକରେ ପାଇକ ଜନ୍ ଗବେଷକ ଡଃ ଗାୟନ ସାମଲ, ପାଇକ ଦଳବେହେରା ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଅନୁଗୁଳ ଜିଲ୍ଲା ସଭାପତି ରଞ୍ଜନ ବିଶୋଇ, ଢେଙ୍କାନାଳ ଜିଲ୍ଲା ସଭାପତି ନବ କିଶୋର ସାମଲ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ପୁରୀ କଣାଷ ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ପାଇକ ବିଶାରଦ କେଦାର ଦାସ, ଗୁରୁ ଭାସ୍କର ସୁନ୍ଦରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ