ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ-ପିତୃ ପୂଜନ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସଦରବ୍ଲକ କୁଡିଆ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ-ପିତୃ ପୂଜନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ସୁରେନ୍ଦ୍ର ମହାଳିକ ଓ ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ତଥା ରେମୁଣା କାଳୀଦାସପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ପରାମାନନ୍ଦ ମହାପାତ୍ର ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥିଭାବେ ସମାଜସେବୀ ସୁରନ୍ଦ୍ରେ ମହାଳିକ ଯୋଗଦେଇ ପିତାମାତାଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସହ ତୁଳନା କରିଥିଲେ । ପିତାମାତାଙ୍କୁ ସବୁବେଳେ ସମ୍ମାନ ଦେବାସହ ତାଙ୍କୁ ନ ଭୁଲିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ନରହରି ପରିଡା, ଶିକ୍ଷାକେନ୍ଦ୍ର ସଭାପତି ଗଣେଷ ଚନ୍ଦ୍ର ପାଢୀ, ସାଂଦକ ପ୍ରଶାନ୍ତ କୁମାର ପରିଡା, ପ୍ରଧାନ ଆଚାର୍ଯ୍ୟ ଲିଜାରାଣି ଦେ, ଶିକ୍ଷକ ତରୁଣ ମହାଳିକ, ସତ୍ୟ ଶୋଭନ ସାହାଣୀ, ମନୋରମା ପରିଡା, ନିରୂପମା ବାରିକ, ସସ୍ମିତା ସାହୁ, ସୁକାନ୍ତୀ ପତିଙ୍କ ସମେତ ଅବିଭାବକ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


