ରାସ୍ତାରେ ଗାଇ ମାଳମାଳ ଦୁର୍ଘଟଣାର କାରଣ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ବିଭିନ୍ନ ଅଂଚଳରେ କରୋନା ତାର ଉଗ୍ର ରୂପ ନେଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର କାୟ ବିସ୍କାର କରି କେତେ ଜୀବନ ଜୀବିକା ହରାଇଲେଣି, ଏହାକୁ ଆଖିରେ ରଖୀ ଦୋକାନ ବଜାର ଗାଡ଼ି ସବୁ ବନ୍ଦ ଥିବା ବେଳେ ଗାଈ ମାଲିକ ମାନେ ନିଜ ଗାଈ ଗୋରୁକୁ ଗୁହାଳରେ ନ ରଖି ରାସ୍ତା ଘାଟ ଉପରେ ଚରିବା ପାଇଁ ଛାଡ଼ି ଦେଉଛନ୍ତି, ଫଳରେ ସାଧାରଣ ଜନତା ଓ ଗାଡ଼ି ଚାଳକ ମାନେ ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି, ଏପରିକି ବିଭିନ୍ନ ସମୟରେ ଗାଈ ଗୋରୁ ଚୋରି ହେଉଥିବା ଅଭିଯୋଗ ପୂର୍ବରୁ ରହିଛି, ମାଲିକ ମାନେ ଗାଈକୁ ପାଳି ପୋସି କ୍ଷୀର ଆଦାୟ କରି ବିକ୍ରୀ କରି ଅର୍ଥ ଉପାଜର୍ଣ୍ଣ କରି ମାଲାମାଲା ହୋଇଥାନ୍ତି, କିନ୍ତୁ ଗାଇ ଠାରୁ କ୍ଷୀର ସଂଗ୍ରହ କରିସାରିବା ପରେ ଗାଈକୁ ଚାରିବାପାଇଁ ଛାଡିଦେଇଥାନ୍ତି, ଫଳରେ ଗାଇ ମାନେ ବଜାର ସମେତ ସାଇ ଗୁଡ଼ିକରେ ବୁଲିବା ସହ ପରିବା ଓ ବଗିଚାରେ ପସି ଖାଇବାସହ ନଷ୍ଟ କରି ଦେବା ଫଳରେ ଗାଈକୁ ମାଡ଼ ଦେବା ଯୋଗୁ ଆହତ ହେଲେ ଶେଷରେ ଗାଈ ମାଲିକ ମାନେ ମାର ପିଟ ହେବ ସହ ଥାନା ପରଜ୍ୟାଣ୍ଟ କଥା ଯାଇଥା, ମୋହନା, ଅଡବା, ଲୁହଗୁଡି, ଚାନ୍ଦିପୁଟ ଆଦି ବିଭିନ୍ନ ସ୍ଥାନରେ ରାଜା ରାସ୍ତା ଉପରେ ରାସ୍ତା ଅବଦ୍ଧ କରି ଗାଇମାନେ ରହୁଥିବା ଦେଖିବାକୁମିଳିଥାଏ, ଏପରି ଘଟଣାକୁ ସାମନାରେ ରଖି ଅଞ୍ଚଳବାସି ପ୍ରଶାସନ ନିକଟରେ ନିବେଦନ କରୁଛନ୍ତି ଯେ ଯେଉଁ ଗାଇ ମାଲିକ ମାନେ ଏପରି ଗାଇକୁ ଛାଡିଦେଉଛନ୍ତି ସେମାଙ୍କ ବିରୁଦ୍ଧରେ ମାମଲାରୁଜୁ କରି ଗାଈ ଗୁଡ଼ିକୁ ଗୋଶାଳାକୁ ପଠାଇବା ପାଇଁ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ