କୋଭିଡ଼ ପ୍ରବଣ ସହରର ବିଭିନ୍ନ ପ୍ରବେଶ ପ୍ରଥ ସିଲ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପୁଲିସ ଏକ ପ୍ରକାର ଏକ୍ସନ ମୁଣ୍ଡରେ ଦେଖିବାକୁ ମିଳିଥିଲା ଆଜି l ପୁଲିସ ଏକ ତରିଆ ତାର କାର୍ଯ୍ୟ ଶୈଳୀ ପରିବର୍ତନ କରିଥିବାର ଦେଖିବାକୁ ମିଳିଥିଲା l ଛତ୍ରପୁର ସହରର ବିଭିନ୍ନ ସାହି ଗଳି ରେ ପୁଲିସ ଛାଉଣୀ ହୋଇ ବୁଲିଥିଲେ ଏବଂ ଅମାନିଆ ମାନଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସଚେତନତା କରିଥିଲେ l ଏହା ସହ ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଥିବା ବେଳେ କେବଳ ସ୍ଥାନୀୟ ଡିଆର୍ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଥିଲା । ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିଛି। ଡିଆର୍ଡିଏ ଛକରେ ପୋଲିସ ପକ୍ଷରୁ ଦିନ ତମାମ ଯାଞ୍ଚ କରାଯାଇଥିଲା । ଖୋଦ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ଉପସ୍ଥିତ ରହି ଏହି ଯାଞ୍ଚ କାର୍ଯ୍ୟ ସଠିକ ଭାବେ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିବା ସହ ନିଜେ ମଧ୍ୟ ବିଭିନ୍ନ ଗାଡି ଗୁଡିକ ଚେକିଂ କରିଥିଲେ l ଛତ୍ରପୁର ନିକଟ ଜାତୀୟ ରାଜପଥରେ ଟ୍ରକ, ବସ୍ ଓ ମାଲ ପରିବହନ ଗାଡ଼ି ବ୍ୟତୀତ ବାଇକ୍, କାର ଓ ଅନ୍ୟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ପୋଲିସ ପକ୍ଷରୁ ଜାତୀୟ ରାଜପଥରେ କଡାକଡ଼ି ଯାଞ୍ଚ କରାଯାଇଛି। ଛତ୍ରପୁର ସହର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ କରଯାଇଛି। ଲୋକେ ଚାଲିକି ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ କୁହାଯାଇଛି। ଅପରାହ୍ନ ୪ଟାରୁ ଆସନ୍ତା ମଙ୍ଗଳବାର ସକାଳ ୭ ଟା ପର୍ଯ୍ୟନ୍ତ ୫ ଦିନ ଛତ୍ରପୁର ଏନ୍ଏସି ସମ୍ପୂର୍ଣ୍ଣ ଶଟଡାଉନ ରହିବ ବୋଲି ଜ଼ିଲାପାଳ ଘୋଷଣା କରିସାରିଛନ୍ତି। ଏଥିପାଇଁ ପନିପରିବା ଓ ରାସନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛତ୍ରପୁରର ବିଭିନ୍ନ ସାହିରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ସାହିକୁ ସିଲ କରିଦିଆଯାଇଛି ଏବଂ କେତକ ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି l ଏହି ସାହି ଗୁଡିକୁ ସଂଲଗ୍ନ କରୁଥିବା କେତକ ସାହି କୁ ମଧ୍ୟ ବଫର ଜୋନ ଭାବେ ଘୋଷଣା କରାଯାଇଛି l ସାହି ବାସିନ୍ଦା ମାନଙ୍କୁ ସରକାରଙ୍କ ସମସ୍ତ ନିୟମ ମାନି ଚାଲିବାକୁ କୁହାଯାଇଛି l


