ରା.ଉଦୟଗିରି ତହସିଲଦାରଙ୍କ ମହାନତା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ପୋଲକୁ ଧକ୍କା ଦେଇ ଗୁରୁତର ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ଜଣେ ଯୁବକଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ସରକାରୀ ଗାଡିରେ ନେଇ ଚିକିତ୍ସା କରାଇଥିଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ତାଙ୍କର ଏଭଳି ମହାନତା ପଣିଆକୁ ଅଞ୍ଚଳବାସୀ ଭୂୟସି ପ୍ରଶଂସା କରିଛନ୍ତି । ରା.ଉଦୟଗିରି ତହସିଲଦାର ନାରାୟଣ ବେହେରା କୌଣସି କାର୍ଯ୍ୟରେ ଛେଳିଗଡ ଗ୍ରାମକୁ ଯାଇଥିଲେ। ଅପରାହ୍ନରେ ସେ ଉଦୟଗିରି ଫେରୁଥିବା ବେଳେ ଛେଳିଗଡ଼ ଗ୍ରାମ ଠାରୁ ଅଳ୍ପ ଦୂରରେ ଜାତୀୟ ରାଜପଥ ନିକଟ ଏକ ବ୍ରିଜ ନିକଟରେ ମୁମୂର୍ଷୁ ଭାବେ ପଡ଼ି ରହିଥିବା ଛେଳିଗଡ ଗାଁର ମନମୋହନ ବୀର (୪୧)ଙ୍କୁ ଦେଖି ନିଜ କାର ଅଟକାଇଥିଲେ।ସେଠାରୁ ସଙ୍ଗେ ସଙ୍ଗେ ବୀରଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ।ତାଙ୍କର ପ୍ରାଥମିକ ଚିକିତ୍ସା ଓ ବ୍ରହ୍ମପୁର ମେଡିକାଲ ନେବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ତଦାରଖ କରିଥିଲେ।ବୀରଙ୍କର ଗାଡ଼ି ଧକ୍କାରେ ପେଟ ଭିତର ଅନ୍ତଃନଳୀ ସବୁ ପଦାକୁ ବାହାରି ପଡ଼ିଛି । ଏଣୁ ଗୁରୁତର ବୀରଙ୍କୁ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଶାସନିକ ଅଧିକାରୀ ଡ. ଉଲ୍ଲାସ ରାଉତ କହିଛନ୍ତି। ତହସିଲଦାରଙ୍କ ଏଭଳି ମହାନତା ସେବା ମନୋବୃତ୍ତିକୁ ସବୁ ମହଳରେ ପ୍ରଶଂସା କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ