ରାୟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଅଛି ।  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣବାସି ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି  ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ସରପଞ୍ଚ ସୁଷମା ଶବର, ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍. ପାପା ରାଓ, ଏବିଇଓ ଧନେଶ୍ଵର କହଁର, ଜିଲ୍ଲା ବିଜ୍ଞାନ ସୁପରଭାଇଜର ସାତ୍ମିକ ପଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମ ପ୍ରସାଦ ପାଇକ ପ୍ରମୁଖ ଉପସ୍ଥିତ ଥିଲେ I ଏହି ବିଜ୍ଞାନ ମେଳାରେ ରାୟଗଡ ବ୍ଲକର ସରକାରୀ, ଆଦିବାସୀ ମଙ୍ଗଳ ବିଭାଗ ସହ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ବ୍ଲକ ୨୧ଟି ବିଦ୍ୟାଳୟରୁ ୪୪ଟି ବିଭିନ୍ନ ପ୍ରକଳ୍ପ ବିଜ୍ଞାନ ମେଳାରେ ଭାଗ ନେଇଥିଲେ। ସେଥିରୁ କରଡ଼ାସିଂ, ତକ୍ଷଳମୁଣ୍ଡକ୍ଷ, ରାୟଗଡ଼, ଜିରାଙ୍ଗ, ନାରାୟଣପୁର ଆଦି ୫ ଟି ସ୍କୁଲର ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନିତ ହୋଇଛନ୍ତି I ନିରୀକ୍ଷକ ଭାବେ ଖାରଡା ସ୍କୁଲର ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ ଓ ବାପୁଜୀ ପେଣ୍ଟ ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ କୁମାର ବରାଡ଼ ଯୋଗଦେଇ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ମନୋନିତ କରିଥିଲେ I  ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା କ୍ଷ ଅତିଥିମାନେ ସମସ୍ତ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରି କେଉଁ ପ୍ରକଳ୍ପ କଣ ଲୋକଙ୍କ ହିତରେ ଆସିବ ପଚାରି ବୁଝିଥିଲେ ଓ ପଦର୍ଶିତ ହୋଇଥିବା ସମସ୍ତ ପ୍ରକଳ୍ପ ଉଚ୍ଚ କୋଟିର ହୋଇଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ବିଜ୍ଞାନ ଶିକ୍ଷକ ସୋରଜ ନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ