ଗ୍ରାମାଂଚଳରେ କରୋନା ସଚେତନତା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ କାୟା ବିସ୍ତାର କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକ ସ୍ୱାଗତଯୋଗ୍ୟ ପଦାକ୍ଷେପ ଗ୍ରହଣ କରିଥିଲେ । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଏଭଳି ଦୁର୍ଦ୍ଦିନ ସମୟରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସହାୟକ ହୋଇଛନ୍ତି । ପ୍ରବାସୀ ଭିଟାମାଟିକୁ ପେରିବା ପରେ ୨୧ ଦିନ ସକାଶେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏଥି ସକାଶେ ରାଜ୍ୟ ସରକାର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦେବା ସକାଶେ ପର୍ଯ୍ୟାପ୍ତ ଅର୍ଥରାଶି ବ୍ୟୟବରାଦ କରିଛନ୍ତି । ପ୍ରବାସୀଙ୍କ ରହଣି ସମୟରେ ଯେପରି କୌଣସି ପ୍ରକାର ଅସୁବିଧା ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ଏଥି ସକାଶେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ପଂଚାୟତର ସରଂପଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବା ସହ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଯେଉଁ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ପୁର୍ଣ୍ଣ ଅବଧି ପୁରଣ କରିଥିବେ ସେମାନଙ୍କୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସକାଶେ ଘୋଷଣଶ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ହିଞ୍ଜିଳି ଗ୍ରସ୍ତ କରି ସ୍ଥାନୀୟ ବ୍ଳକ ମକରଝୋଳ ଓ କଂଚୁରୁ ପଂଚାୟତରେ ପଂହଚି ହୋମ କ୍ୱାରାଂଟାଇନ ପ୍ରବାସୀଙ୍କୁ ୧ ହଜାର ଯଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଜିଲ୍ଲାପାଳ କୁଲାଙ୍ଗେ ପ୍ରଥମେ ନୁଆଁ ମକରଝୋଳ ଗ୍ରାମରେ ପଂହଚି ୧୩ ଜଣ ସଙ୍ଗରୋଧ କେନ୍ଦ୍ରରେ ପୁର୍ଣ୍ଣ ଅବଧି ପୁରଣ କରିଥିବା ପ୍ରବାସୀଙ୍କୁ ଏବଂ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ କଂଚୁରୁରେ ପଂହଚି ସଂପୃକ୍ତ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୮ ଜଣ ସଙ୍ଗରୋଧ କେନ୍ଦ୍ରରେ ପୁର୍ଣ୍ଣ ଅବଧି ପୁରଣ କରିଥିବା ପ୍ରବାସୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ପରେ ପ୍ରବାସୀ ମାନଙ୍କସହ କରୋନା ସମ୍ପର୍କିତ ସଚେତନତା ନେଇ ଆଲୋଚନା କରିଥିଲେ । ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ଏବଂ ହରାତକୁ ବାରମ୍ବାର ସାବୁନ କିମ୍ବା ହେଣ୍ଡ ୱାସରେ ଧୋଇବା ସକାଶେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ମସୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପନିନାଥ କୁଅଁର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, କଂଚୁରୁ ସରଂପଚ ପି, ବାସନ୍ତି, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ, ନୋଡ଼ାଲ ଅଧିକାରୀ କେଦାର ପଣ୍ଡା, ପିଇଓ ପ୍ରତାପ ସାହୁଙ୍କ ସମେତ ବହୁ ଜିଆରଏସ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ