ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ଗଛ: ଯାତାୟାତ ଠପ୍
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଳିଆପଟା ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ ମୋହନା- ଚାନ୍ଦିପୁଟ ଯାତାୟାତ ଠପ୍ ହଇଯାଇଛି । ଦୁଇ ଦିନିଆ ଅଦିନିଆ ବର୍ଷା ଯୋଗୁଁ ସନ୍ଧ୍ୟା ସମୟରେ ଗଛଟି ମୁଖ୍ୟ ରାସ୍ତା ଉପରେ ପଡି ଯାଇଛି ଯାଫଳରେ ଜଣେ ବାଇକ ଆରହି ଦୃଘଟଣାର ଶିକାର ହଇଛନ୍ତି, ତାଙ୍କୁ ମୋହନା ମେଡିକଲରେ ଭର୍ତି କରାଯାଇଛି ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ଉପରୁ ଗଛ କାଟି ସଫା କରିଥିବା ଜଣାପଡିଛି ।


