‘ଶେରଶାହା’ର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ : ଅପ୍କମିଙ୍ଗ୍ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିଜ ୩୫ ତମ ଜନ୍ମଦିବସରେ ଏହା ରିଲିଜ୍ କରାଯାଇଥିବାବେଳେ ସେ ନିଜେ ଏହି ଫିଲ୍ମରେ ଜଣେ ଆର୍ମି କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ନଜରରେ ଆସିଛନ୍ତି। କରନ୍ ଜୋହର୍ ଓ ସିଦ୍ଧାର୍ଥ ମାଲହୋତ୍ରା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ‘ଶେରଶାହା’ର ଫାଷ୍ଟ ଲୁକ୍କୁ ସେୟାର କରିଛନ୍ତି। ସିଦ୍ଧାର୍ଥ ଏହି ପୋଷ୍ଟର ସହିତ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାହାଦୁରୀ ଓ ପ୍ରାଣହୁତିର ଦୁଇ ଭିନ୍ନ ରଙ୍ଗକୁ ବଡ ପରଦାରେ ଦେଖାଇବା ତାଙ୍କ ପକ୍ଷେ ବଡ ସମ୍ମାନର କଥା ବୋଲି କହିଛନ୍ତି ସିଦ୍ଧାର୍ଥ। କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଜୀବନଯାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ତାଙ୍କ ବିଷୟରେ ଥିବା ଅଜଣା କାହାଣୀକୁ ଏହି କାହାଣୀ ଜରିଆରେ ବଡ ପରଦାରେ ଦର୍ଶାଯିବ । ସେହିପରି କରନ୍ ଜୋହର୍ ଏହି ଲୁକ୍ର ସେୟାର କରି କହିଛନ୍ତି ଯେ, କାର୍ଗିଲ୍ ଯୁଦ୍ଧର ହିରୋ ଓ ଆମେ ଏହି ଫିଲ୍ମ ଜରିଆରେ ଆମେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଅର୍ପିତ କରୁଛୁ। ଶେରଶାହ ୧୯୯୯ ମସିହାରେ ହୋଇଥିବା କାରଗିଲ୍ ଯୁଦ୍ଧର ବୀର ଯବାନ୍ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ କାହାଣୀ ଉପରେ ଆଧାରିତ। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ବିକ୍ରମ ବାତ୍ରା ଓ ତାଙ୍କ ଭାଇ ବିଶାଲ ବାତ୍ରାଙ୍କ ଡବଲ୍ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଭାବି ପତ୍ନୀ ଡିମ୍ପଲ୍ ଚୀମା ଭୂମିକାରେ ନଜର ଆସିବେ କିଆରା ଆଡଭାନୀ। ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୩ ତାରିଖରେ ରିଲିଜ୍ ହେବାକୁ ରହିଛି। ଏହି ଫିଲ୍ମରେ ସିଦ୍ଧାର୍ଥ-କିଆରାଙ୍କ ବ୍ୟତୀତ ଜାଭେଦ ଜାଫେରୀ, ହିମାଂଶୁ ମାଲହୋତ୍ରା, ପରେଶ ରାଓ୍ବଲ ପ୍ରମୁଖ ରହିଛନ୍ତି । ପରେଶ ରାଓ୍ବଲ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ।


