ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ଶିବ ମନ୍ଦିର ନିକଟରୁ କମାପଲ୍ଲୀ ରାମ ନଗର ଯିବା ପାଇଁ ଏକ ଚଲା ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ

ବ୍ରହ୍ମପୁର ,( ରାଜେଶ କୁମାର ପଟ୍ଟନାୟକ): ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ଶିବ ମନ୍ଦିର ନିକଟରୁ କମାପଲ୍ଲୀ ରାମ ନଗର ଯିବା ପାଇଁ ଏକ ଚଲା ରାସ୍ତା ରହିଛି କିନ୍ତୁ ମଝିରେ ରେଳ ଧାରଣା ଯାଇଛି lପଥଚାରୀ ଏବଂ ସାଇକେଲ ଆରୋହୀ ଦୂରତ୍ୱ କମ ପାଇଁ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ରେଳ ଧାରଣା ଡ଼େଇଁ ଯିବା ଆସିବା କରନ୍ତି l ଦୁଇପଟର ସାଧାରଣ ଲୋକ ମଟର ସାଇକେଲରେ କମାପଲ୍ଲୀ ଓଭରବ୍ରିଜକୁ ପାର ହେବାକୁ ହେଲେ ପାଖାପାଖି ଏକ କିଲୋମିଟର ପଡିଯାଇଥାଏ l ଯଦି ରେଳ ଫାଟକ ଦେଇ ଯିବା ଆସିବା କରନ୍ତି ପ୍ରତି ଦଶ ମିନଟରେ ଫାଟକ ବନ୍ଦ ହୁଏ ଏବଂ ଅତି କମରେ ପନ୍ଦର ମିନଟ ପରେ ଫାଟକ ଖୋଲା ହୁଏ l ଭାରତ ସରକାରଙ୍କ ରେଳ ବିଭାଗ ଖୋଡାସିଙ୍ଗି- ଆଙ୍କୁଲି ଗ୍ରାମ ରେଳ ଧାରଣା ପାର ହେବାକୁ ଜୀବନବୀମା କାର୍ଯ୍ୟଳୟ ପଛପଟେ ଏକ ଗଳାଶଙ୍ଖ ନିର୍ମାଣ କରିଥିବା ହେତୁ ସେଠାକାର ଜନସାଧାରଣ ଅସ୍ବସ୍ତି ଲାଭ କରିଛନ୍ତି। ଏହି ମର୍ମରେ ସହର ର ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁଙ୍କୁ ଏକ ପତ୍ର ମାଧ୍ୟମରେ ଭାରତ ସରକାରଙ୍କ ରେଳ ବିଭାଗ ନିକଟରେ ଲାଂଜିପଲ୍ଲୀ ଶ୍ରୀକୃଷ୍ଣ ନଗର ଶିବ ମନ୍ଦିର ନିକଟରୁ କମାପଲ୍ଲୀ ରାମ ନଗର ରେଳ ଧାରଣା ତଳେ ଏକ ଭୁତଳ ଗଳାଶଙ୍ଖ ନିର୍ମାଣ ପ୍ରସ୍ତାବ ଦାବୀ ରଖିବା ପାଇଁ ଯୁକ୍ତି ବାଢିଛନ୍ତି। ଯାହାଫଳରେ କି ଏଠିକାର ଜନସାଧାରଣ ସମୟ ଓ ବିପଦ ଦୃଷ୍ଟିରୁ ଅସ୍ବସ୍ତି ଲାଭ କରିବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ