ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ ଅଟୋରେ ନେଲେ ଶବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଭୟ ସମସ୍ତଙ୍କୁ ଘାରିଛି । କରୋନା ସଂକ୍ରମିତ ସନ୍ଦେହ କରି କୌଣସି ରୋଗରେ ଆକ୍ରାନ୍ତ ହୋଇ କେହି ବି ମୃତ୍ୟୁ ବରଣ କଲେ ସର୍ମ୍ପକୀୟ ମାନେ କାନ୍ଧ ଦେବାକୁ ଆସୁନଥିବା ବେଳେ ସତ୍କାର କରିବାକୁ ମଧ୍ୟ ପଛଗୁଂଚା ଦେଉଥିବା ଦେଖିବାକୁ ମିଳିଛି । ସେମାବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ନନ୍ଦିକ ଗ୍ରାମର ଜଣେ ବୃଦ୍ଧାଙ୍କ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲେ ମଧ୍ୟ ଶବକୁ ଘରକୁ ନେବାକୁ ଆମ୍ବୁଲାନ୍ସଟିଏ ମିଳିନଥିଲା । ଦୀର୍ଘ ୪ ଘଂଟା ଧରି ମେଡ଼ିକାଲରେ ଶବ ପଡ଼ି ରହିବା ପରେ ଅନ୍ୟ କୌଣସି ଉପାୟ ନପାଇ ପରିଶେଷରେ ପରିବାର ସଦସ୍ୟ ଏକ ମାଲ ପରିବହନକାରୀ ଡ଼ାଲା ଅଟୋ ସହାୟତାରେ ଶବକୁ ଘରକୁ ନେବରା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରକାଶ ଯେ, ସେମାବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ନନ୍ଦିକ ଗ୍ରାମପାଢି ସାହି ବାସିନ୍ଦା ଦୁତିଆ ସାହୁଙ୍କ ସ୍ତ୍ରୀ କନକ ସାହୁ (୭୫) କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ସମୟରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ବୃଦ୍ଧାଙ୍କ ମର ଶରୀରକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସର ଆବଶ୍ୟକତା ଥିବା ବେଳେ ବହୁ ଉଦ୍ୟମ କରାଯାଇତିଲେ ମଧ୍ୟ ଆମ୍ବୁଲାନ୍ସଟିଏ ଯୋଗାଡ଼ ହୋଇ ପାରିନଥିଲା । ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶବ ନେବା ସକାଶେ ସ୍ୱର୍ଗରଥ ରହିଥିବା ବେଳେ ମୃତକଙ୍କ ପରିବାର ସଦସ୍ୟ ପୌର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯାନ୍ତ୍ରିକ ତୃଟି ଦର୍ଶାଇ ସ୍ୱର୍ଗରଥ ଦିଆଯାଇନଥିବା ନେଇ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଦୀର୍ଘ ୪ ଘଂଟା ଧରି ମେଡ଼ିକାଲରେ ଶବ ପଡ଼ିରହିବା ପରେ ପରିବାର ସଦସ୍ୟ ଉପାୟ ନପାଇ ଏକ ମାଲ ପରିବହନକାରୀ ଡ଼ାଲା ଅଟୋ ସହାୟତାରେ ଶବକୁ ଘରକୁ ନେଇଥିଲେ । ଶବକୁ ମାଲ ପରିବହନକାରୀ ଡ଼ାଲା ଅଟୋରେ ନେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରକାଶ ଥାଉକି, କରୋନା ମହାମାରୀ ସମୟରେ ସାଧାରଣ ରୋଗରେ କୌଣସି ଲୋକଙ୍କ ମୃତ୍ୟୁ ଘଟିଲେ କରୋନା ସନ୍ଦେହ କରି କୌଣସି ସର୍ମ୍ପକୀୟ କାନ୍ଧ ଦେଉନଥିବା ବେଳେ ଶବକୁ ନେବା ସକାଶେ ଆମ୍ବୁଲାନ୍ସ ମିଳୁନଥିବାରୁ ବହୁ ସମୟରେ ଶବକୁ ରିକ୍ସା, ସାଇକେଲ, ବାଇକ ଓ କାନ୍ଧରେ ବୋହି ନେଉଥିବାର ଦେଖିବାକୁ ମିଳୁଛି । ବର୍ତମାନ ସ୍ଥିତିରେ ଏଭଳି ସମସ୍ୟା ଗଞ୍ଜାମ ଜିଲ୍ଲାରେ ଉତ୍କଟ ରୁପ ଧାରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ସଚେତନାମୂଳକ ଭିଡ଼ିଓ ବାର୍ତା ମାଧ୍ୟମରେ ଶବକୁ ସମ୍ମାନର ସହ ନେବା ଓ ସତ୍କାର କରିବାକୁ ନିବେଦନ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଜନସାଧାରଣଙ୍କ ନିକଟରେ ଦେଖିବାକୁ ମିଳିନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ