ଶାସଙ୍ଗ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ପରିସରରେ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାସଙ୍ଗ ସାଧନକେନ୍ଦ୍ରର ସଂଯୋଜକ ଅଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ଵାଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସନାତନ ଓଝା, ଶାସଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନି ସାମଲ, ଶିକ୍ଷକ ମାଧବାନନ୍ଦ ଜେନା, ବିଷ୍ଣୁ ପ୍ରସାଦ ଦାଶ, ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଲୁକ୍କାୟିତ ସୁପ୍ରତିଭାକୁ ସୁରଭୀ ମାଧ୍ୟମରେ କିଭଳି ଲୋକ ଲୋଚନକୁ ଅଣାଯାଇ ପାରୁଛି ତା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ବରିଷ୍ଠ ବିଭାଗ ର ବିତର୍କରେ ଧିରେନ୍ ବାରିକ, ପ୍ରବନ୍ଧ ଲିଖନ ରେ ପ୍ରତୀକ୍ଷା ଦେଓ, ଚିତ୍ରାଙ୍କନ ରେ ନିବେଦିତା ଯେନା, କୁଇଜ୍ ରେ ଖ୍ରୀଷ୍ଟାଦ୍ଧ ଖାରବେଳ ସ୍ବାଇଁ , ସୃଜନଶୀଳ ଲିଖନ ରେ ଅନ୍ୟାନ୍ୟ ସ୍ବାଇଁ, ବକ୍ତୃତା ରେ ତନୟା ସେନାପତି, ସଙ୍ଗୀତ ରେ ମୃତ୍ୟୁଞ୍ଜୟ ପତି ଏବଂ କନିଷ୍ଠ ବିଭାଗ ଚିତ୍ରାଙ୍କନରେ ସୂର୍ଯ୍ୟକାନ୍ତ ଜେନା, କୁଇଜ୍ ରେ ଅଞ୍ଜନା ଦେହୁରୀ, ସୃଜନଶୀଳ ଲିଖନରେ ସ୍ୱାତିପ୍ରଜ୍ଞା ରାଉତ , ବକ୍ତୃତାରେ ଅନୁଷ୍କା ରାଉତ , ସଙ୍ଗୀତରେ ଆଦ୍ୟାଶା ବେଜ୍, ହସ୍ତାକ୍ଷର ଓ ଶ୍ରୁତଲିଖନରେ ରାଜଶ୍ରୀ ରାଜଲକ୍ଷ୍ମୀ ରଣା ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୋନାଲି ସଙ୍ଗୀତା ଭୂୟାଁ ଓ ସାଥୀ , ସୋମ୍ୟଜିତ୍ ସାହୁ (ପି .ଏମ ଶିଳ୍ପକଳା ), ଶୁଭସ୍ମିତା ବାରିକ (ପି.ଏମ ଚିତ୍ରକଳା ) ପ୍ରମୁଖ ବ୍ଲକ୍ ସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି l ଶିକ୍ଷକ ଶିଶିର କୁମାର ବିଶ୍ବାଳ, ରାଧାକୃଷ୍ଣ ପତି, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ଲଳିତ ବିଶ୍ଵାଳ, ବିଦ୍ୟାଧର ବେହେରା, ସୁକାନ୍ତି ଲତା ମିଶ୍ର, ସସ୍ମିତା ଦାସ, ଶତ୍ରୁଘ୍ନ ସାହୁ, ନିରଞ୍ଜନ ବେହେରା, ଜ୍ଞାନ ରଞ୍ଜନ ବେହେରା, ଲକ୍ଷ୍ମୀନାରାୟଣ ରାଉତ, ନିରାକାର ଜେନା, ବିଦୁ ଭୂଷଣ ବରାଳ, ନିତ୍ୟାନନ୍ଦ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


