ଶିକ୍ଷକ ସଂଘର ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଆଇ.ଜି. ପାର୍କରେ ରାଜ୍ୟର ବେସରକାରୀ ଅନୁଦାନ ଏବଂ ଅଣଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ଦୀର୍ଘଦିନର ଦାବି ଯଥା ଓଡ଼ିଶାର ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ୦୧.୦୬.୨୦୦୮ ଠାରୁ ୩୦.୧୧.୨୦୧୩ ମଧ୍ୟରେ କଲେଜ ପରିଚାଳନା କମିଟିଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପରିସରକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ସରକାର ଏଥିରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଶେଷରେ ବାଧ୍ୟ ହୋଇ ସଂଘର ସମ୍ପାଦକଙ୍କ ଡ଼ାକରାରେ ଆସନ୍ତା ତା ୨୯.୧୧.୨୦୨୧ରିଖ ସୋମବାର ଦିନ ଗାନ୍ଧୀମାର୍ଗରେ ରାଲି ଏବଂ ଅହୋରାତ୍ର ଧାରଣା ଦେବା ପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଡ. ଦେବବିଜୟ ମିଶ୍ରଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


