ରହଣିଆରେ ବିଜେପିର ବନ୍ଧୁ ମିଳନ ଉତ୍ସବ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଠାରେ ବିଜେପିର ଏକ ବନ୍ଧୁ ମିଳନ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବରିଷ୍ଠ ବିଜେପି ନେତା ପ୍ରକାଶ କିଶୋର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଯୁବନେତା ସୁରେଶ ସାମଲ, ସରପଞ୍ଚ ଜଗବନ୍ଧୁ ଦାସ, ବସନ୍ତ ରାଉତ, ରୁକ୍ମଣୀ ଦାସ, ତପସ୍ୱିନୀ ମହାପାତ୍ର, ଗିରିଶ ସାମଲ ପ୍ରମୁଖ ଏଥିରେ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଦଳ ପରିତ୍ୟାଗ କରି କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ । ଅତିଥି ମାନେ ନୂତନ କର୍ମୀ ମାନଙ୍କୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ପ୍ରଦାନ କରିଥିଲେ । ମଣ୍ଡଳ ସଭାପତି ମୁକୁନ୍ଦଦେବ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସୌମ୍ୟ ନାୟକ, ଅଜୟ ରାଉତ, ସତ୍ୟଜିତ ରାଉତ, ନିରାକାର ସାହୁ, ଶିବାନୀଶଙ୍କର ସ୍ୱାଇଁ, କରୁଣାକର ସାହୁ, ପ୍ରକାଶ ନାୟକ, ବିଣ୍ଣୁନାଥ ଦାସ, ରଞ୍ଜନ ପରିଡା, ବିଶ୍ୱନାଥ ତ୍ରିପାଠୀ, କରୁଣାକର ତରାଇ, ଘନଶ୍ୟାମ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।


