ଶିକ୍ଷାବିତ ଉଦୟନାଥ ସ୍ୱାଇଁଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ସ୍ୱାଇଁଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପ୍ରସାଦ ସ୍ୱାଇଁ ଓ ରୁଦ୍ରପ୍ରସାଦ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୁର୍ବତନ ବିଧାୟକ ମାୟାଧର ଜେନା, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବିଜେପି ନେତା ଆଲୋକ ସେଠୀ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସଞ୍ଜୟ କୁମାର ସ୍ୱାଇଁ, ପଦ୍ମନାଭ ପାତ୍ର, ପଦ୍ୟୁମ୍ନ କୁମାର ନାୟକ, ଅନନ୍ତ ଚରଣ ପହି, ଲକ୍ଷ୍ମୀଧର ନାୟକ, କାତ୍ତିକ ଆୟଚ, ପ୍ରତିଭା ସ୍ୱାଇଁ, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଉଦୟ୍ରନାଥ ସ୍ୱାଇଁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ସ୍ୱାଇଁ ଖାଲି ଜଣେ ଶିକ୍ଷକ ନଥିଲେ, ସେ ଜଣେ ଉଦାରଚିତ ବ୍ୟକ୍ତିତ୍ୱ, ଜଣେ ଦୃଢ଼ ସଂଗଠକ, ଭଗବତ ପ୍ରେମୀ ବ୍ୟକ୍ତି ଥିଲେ, ସେ ୧୯୯୫ରେ ଚାକିରୀରୁ ଅବସର ଗ୍ରହଣ କରିବାପରେ ସେ ଶାସଙ୍ଗ ଗ୍ରାମର ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିବାବେଳେ ମା ମଙ୍ଗଳାଙ୍କ ଜଣେ ପରମଭକ୍ତ ଥିଲେ । ସେ ଛେନାପଦିଛକ ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ମଧ୍ୟ ସକ୍ରୀୟ ସଭ୍ୟ ଭାବେ କାର୍ଯ୍ୟ କରୁଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଫକିର ନାୟକ, ବାଳକୃଷ୍ଣ ସ୍ୱାଇଁ, କଳ୍ପତରୁ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ପ୍ରଭାତ ସ୍ୱାଇଁ, ସନ୍ଧ୍ୟାରାଣୀ ସ୍ୱାଇଁ, ଝୁନୁଲତା ସ୍ୱାଇଁ, ପ୍ରଫୁଲ ପରିଡା, ବିକାଶ ସ୍ୱାଇଁ, ଅନନ୍ତ ପହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ