ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷା ଅପର୍ଣ୍ଣା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା । ଏଥିନେଇ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରକୁ ଯାଇ ସେଠାରେ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ସୁଚିସ୍ମିତା ବଳ ପରିଚାଳନା କରିଥିଲେ । ଏହି ଶିବିରରେ ମୋଟ ୪୦ ଗୋଟି ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି । ରକ୍ତ ଦେଇଥିବା ଛାତ୍ରଛାତ୍ରୀ ମାନେ ହେଲେ କୃଷ୍ଣ ବାଘସିଂ, ରାଜେଶ କୁମାର ପରିଡା, ସ୍ୱାଗତ ପାଇକ, ଆଲୋକ ନାଇକ, ମହେଶ୍ୱର ରାଇକା, ରମାକାନ୍ତ ଶବର, ଅଜିତ ସାହୁ, ରୂପେଶ ସେଠୀ, ରଂଜିତ କୁମାର ଗୌଡ, ରାଜେଶ ଗୌଡ,, ବିଭୀଷଣ ବେହେରା ପ୍ରମୁଖ ।


