ଶିକ୍ଷୟିତ୍ରୀ ନିରୋଦ ମାଳିନୀ ଚକ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଘଟଗାଁ,(ୱାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ରାଜବନ୍ଧ କଲେଜ୍ ସାହି ପ୍ରାଥମିକ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟିତ୍ରୀ ନିରୋଦ ମାଳିଣୀ ଚକ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଆଇଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ଗୁଣଗାନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କର୍ମାଭିମୁଖି ହେବା ପାଇଁ ପରାମର୍ଷ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ତହସିଲ୍‌ଦାର ଜନକ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଘଟଗାଁ ବି.ଇ.ଓ କ୍ଷେତ୍ରମୋହନ ହାଁସ୍‌ଦା, ଏ.ବି.ଇ.ଓ ରମେଶ ଚନ୍ଦ୍ର ବେହେରା ଓ ତପୋଧନ ସ୍ୱାଇଁ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ୍‌-୧୯ ସରକାରୀ ମାର୍ଗଦର୍ଶୀକାକୁ ଅନୁସରଣ କରି ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ରୋହିତ୍ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁବର୍ଣ୍ଣ ପଲେଇ ଧନ୍ୟବାଦ ଦେଇଥିଲେ । ସି.ଆର୍‌.ସ.ସି ଧରଣୀଧର ମହାନ୍ତ, ସ୍କୁଲ୍ କମିଟି ସଭାପତି ମଙ୍ଗଲ ମୁଣ୍ଡା, ଶିକ୍ଷକ ଅଜୟ ଶିତପଥି, ଶିଶିର ରାଉତ୍‌, ଆଶିଷ୍ ବେହେରା, ପ୍ରଶାନ୍ତ ସେଠୀ, ରତ୍ନାକର ନାୟକ, ମଞୁଶ୍ରୀ ସେଠୀ, ଜୋସ୍ନାରାଣୀ ଦାଶ, ସୁଷମା ବାରିକ୍ ଓ କର୍ମଚାରୀ ଫକିର ମୋହନ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ