୨୮ନଂ ୱାର୍ଡ଼ରେ ବିଜେଡିର ଦମଦାର ପ୍ରଚାର ବିଧାୟକଙ୍କ ଭୋଟଭିକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରପାଳିକା ନିର୍ବାଚନରେ ୨୮ନଂ ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥିନୀ ଇତିକୃଷ୍ଣା ସ୍ୱାଇଁ ନେଳିଆ ବାଗ ଓ ରାଣୀପାଟଣା ଅଞ୍ଚଳରେ ମାରାଥନ ପ୍ରଚାର କରିଛନ୍ତି ସଦର ବିଧାୟକ ସ୍ୱରୂପ ଦାସ । ଉପ-ନିର୍ବାଚନ ବେଳେ ଯେଉଁ ଭଳି ବିପୁଳ ସମର୍ଥନ ଦେଇ ତାଙ୍କୁ ବିଜୟୀ କରାଇଥିଲେ, ସେହି ଭଳି ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥିନୀ ସବିତା ସାହୁ ଓ ସମସ୍ତ କାଉସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରିବାକୁ ବିଧାୟକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଉପ-ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଥିବା ବେଳେ ବାଲେଶ୍ୱର ସହର ସମେତ ଆଖ ପାଖ ଅଞ୍ଚଳରେ ଦ୍ରୁତ ବିକାଶ ହୋଇପାରିଛି । ଏହି ବିକାଶମୂଖୀ କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡିର ଅଧ୍ୟକ୍ଷା ପାର୍ଥିନୀ ସବିତା ସାହୁଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ବିଧାୟକ ଶ୍ରୀ ଦାସ ନିବେଦନ କରିଥିଲେ । ତେବେ ପ୍ରଚାର ବେଳେ ମିଳୁଥିବା ସ୍ୱତଃ ଜନସମର୍ଥନକୁ ଦେଖିଲେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି କହିଥିଲେ ୨୮ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ଶ୍ରୀମତୀ ସ୍ୱାଇ । ପୂର୍ବରୁ ସେ କାଉନସିଲର ଥିବା ବେଳେ ୱାର୍ଡରେ ବହୁ ଉନ୍ନତି କରିବା ସହ ପ୍ରତ୍ୟେକ ୱାର୍ଡବାସୀଙ୍କ ସମସ୍ୟା ସମାଧାନରେ ସହଯୋଗୀ ହୋଇଥିବା ସେ କହିଥିଲେ । ବିଜୁ ଜନତା ଦଳର ବହୁ ସମର୍ଥକ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ