ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନାଉଗାଁ ବ୍ଳକରେ ଭକ୍ତିମୟ ପରିବେଶ ସୃଷ୍ଟି

ନାଉଗାଁ, (ଓ୍ବାଇଏନ୍ଏସ୍) : ସୋମବାର ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶ ଏହି ଉତ୍ସବକୁ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଏହି ଉତ୍ସବକୁ ପାଳନ କରାଯାଇଛି । ପ୍ରତ୍ୟେକ ଘରେ ଛୋଟି,ଚିତା ପକାଯାଇଥିବା ବେଳେ ଘରେ ଘରେ ଦୀପ ଜଳାଯାଇଛି । ସେହିପରି ବ୍ଳକର ବିଭିନ୍ନ ସ୍ଥାନରେ ଥିବା ହନୁମାନଙ୍କ ମନ୍ଦିର ଓ ଦେବାଳୟମାନଙ୍କରେ ନାମ ସଂକୀର୍ତନ କରାଯିବା ସହ ମହାପ୍ରଭୁ ରାମଙ୍କର ଭଜନ,କିର୍ତନ କରାଯାଇଛି । ଅଧିକାଂଶ ପଂଚାୟତରେ ପିଲାମାନେ ହନୁମାନ, ମହାପ୍ରଭୁ ରାମ ଓ ଲକ୍ଷ୍ମଣ ଆଦି ସୁସଜ୍ଜିତ ହୋଇ ବିଭିନ୍ନ ଗ୍ରାମମାନଙ୍କରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବ୍ଳକର ଘୋଡାଂଶ, ଗଂଗଦା, ଚାନ୍ଦପୁରା, ନୂଆଗାଁ, ତିରୁଣା ଆଦି ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ଅବଦଲପୁରସ୍ଥିତ ହରିହରାନନ୍ଦ ଧ୍ୟାନ ଆଶ୍ରମର ଶ୍ରଦ୍ଧାଳୁମାନେ ପ୍ରଭୁ ରାମଙ୍କର କୀର୍ତନ,ଭଜନ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ