ଗଜପତି ଜିଲ୍ଲା ସରକାରୀ କର୍ମଚାରୀ ଦେଖିଲେ ” ଦମନ୍” ଚଳଚ୍ଚିତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚରୀ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ ଦମନ ଚଳଚ୍ଚିତ୍ର ଦେଖିଛନ୍ତି। ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ କୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦେଖିଛନ୍ତି। ଗଜପତି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ଉପଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚରୀମାନେ ଉପସ୍ଥିତ ରହି ସିନେମା ଦେଖିଥିଲେ।ଗଜପତି ଜିଲ୍ଲାର ମ୍ୟେଲେରିଆ ପ୍ରବଣ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ବନ୍ଧକ ସ୍ଵତେ ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ କର୍ମଚାରୀ ମ୍ୟାଳେରିଆ ନିରାକରଣ ଉପରେ ଗୁରୁତ୍ୱ ଦେଇ କର୍ତ୍ତବ୍ୟ ତୁଲାଇ ଥିଲେ। ଦମନ ସିନେମା ଦେଖିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କର ପୁରୁଣା ଅଭିଜ୍ଞତାକୁ ମନେ ପକାଇଥିଲେ। ପ୍ରକାଶ ତାଉକି ଦମନ କୁ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଲାଗି ରଜ୍ୟ ସରକାର ନିଷ୍ପତି ନେଇଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗଠୁ ଗଜପତି ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି ହୋଇଥିଲା । ଆସନ୍ତା କାଲି ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଡାକ୍ତର, ନର୍ସ ଓ ଅନ୍ୟା କର୍ମଚାରୀ ମଧ୍ଯ ଦେଖିବେ ବୋଲି ଅତିରିକ୍ତ ଜିଲ୍ଲାପଳ ଶ୍ରୀ ପଣ୍ଡା କହିଛନ୍ତି।


