ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ତଥା ପ୍ରଗତି ମୂଳକ କାର୍ଯ୍ୟକ୍ରମ ଗୁଡିକୁ ଯାଜପୁର ଜିଲ୍ଲାରେ ପୂର୍ଣ୍ଣ ମାତ୍ରାରେ ପ୍ରତିପଂଳିତ କରିବା ଏବଂ ସମସ୍ତ ଯୋଜନା ଗୁଡିକର ସପଂଳ ରୂପାୟନ ହୋଇପାରିଲେ ଆମ ଜିଲ୍ଲା ଓଡିଶାର ଏକ ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ । ସେଥିପ୍ରତି ବିଭାଗ ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆୟୋଜିତ ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ଜେନା ନବ ନିର୍ବାଚିତ ଜିଲ୍ଲା ପରିଷଦର ସଦସ୍ୟ ସଦସ୍ୟା ମାନଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସରକାରଙ୍କ ଯୋଜନା ଗୁଡିକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ନିବେଦନ କରିଥିଲେ । ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ନବ ନିର୍ବାଚିତ ଜିଲ୍ଲା ପରିଷଦର ସଭ୍ୟ ମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ଯୋଜନା କିପରି ତୃଣମୂଳ ସ୍ତରରେ ପହଞ୍ଚିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ସହ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ନୂତନ ଭାବେ ନିର୍ବାଚିତ ସଦସ୍ୟ ମାନେ ନିଜ ନିଜ ଅଂଚଳ ବୁଲି ଲୋକ ମାନଙ୍କର ସମସ୍ୟା ସମାଧାନ କରିପାରିଲେ ଆମ ଜିଲ୍ଲା ରାଜ୍ୟରେ ୧ ନମ୍ୱର ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଥିଲେ । ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅନେକ ସ୍ୱପ୍ନ ଓ ନୂତନ ଚିନ୍ତାଧାରାକୁ ନେଇ ନବ ନିର୍ବାଚିତ ସଦସ୍ୟ ମାନେ ନିଜ ନିଜ ଯୋଜନାରେ ଅନେକ ଲକ୍ଷ୍ୟ ଓ ଯୋଜନା ସ୍ଥିର କରିଚ୍ଥନ୍ତି । ଆମ ଜିଲ୍ଲାର କାର୍ଯ୍ୟକ୍ରମକୁ ସାରା ରାଜ୍ୟ ଦେଖୁଚ୍ଥି । ଏଣୁ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଯୋଜନା ଗୁଡିକ ପ୍ରଣୟନ ଦିଗରେ କାର୍ଯ୍ୟ କରନ୍ତୁ । ଏ ଦିଗରେ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କର ସହଯୋଗ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସଦସ୍ୟ ମାନଙ୍କ ଭିତରେ କାମ କରିବାର ସ୍ପୃହା ରହିଚ୍ଥି । ଏଣୁ ସରକାରଙ୍କର ସମସ୍ତ ଯୋଜନା ସମାଜର ଶେଷ ବର୍ଗର ଲୋକ ମାନଙ୍କ ପାଖରେ ପହଞ୍ଚୁ ବୋଲି ମାନ୍ୟବର ରାଜ୍ୟସଭା ସାଂସଦ ସୁଲତା ଦେଓ ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ଲୋକସଭାର ମାନ୍ୟବର ସାଂସଦ ଶର୍ମିଷ୍ଠା ସେଠୀ କହିଲେ ଯେ, ଜନ ସେବା ପାଇଁ ଆମ ମାନଙ୍କୁ ଗୋଟିଏ ପ୍ଳାଟପଂର୍ମ ମିଳିଚ୍ଥି । ଜିଲ୍ଳ୍ା ପରିଷଦ ବୈଠକ ହେଉଚ୍ଥି ଏକ ମାଧ୍ୟମ, ଯେଉଁଠି ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ମିଳିମିଶି କାମକରି ଜିଲ୍ଳ୍ାକୁ ଆଗେଇ ନେବେ । ରାଜ୍ୟ ସରକାରଙ୍କ ୩୯ ଟି ବିଭାଗର କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଜିଲ୍ଳା ପରିଷଦର ଜିଲ୍ଲାର ବିକାଶ ପାଇଁ ଦଳୀୟ ବିଚାରରୁ ଉର୍ଦ୍ଧ୍ୱରେ ରହି ନିଷ୍ଠାର ସହ ସମସ୍ତଙ୍କୁ ସେବା ଯୋଗାଇବାକୁ ମାନ୍ୟବର ବିଧାୟକ ଅଶୋକ ବଳ ପରିଷଦର ସଦସ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିଧାୟିକା ସୁନନ୍ଦା ଦାସ ସଦସ୍ୟ ମାନଙ୍କୁ ସେମାନଙ୍କକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗୀ ହେବାକୁ ପରାମର୍ଶ ଦେଇଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ସଭ୍ୟ ମାନଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପରିଷଦର ସଭ୍ୟ ମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକ ସମସ୍ୟାର ମଞ୍ଚ ନ ହୋଇ ପ୍ରସ୍ତାବ ବା ସମାଧାନର ମଞ୍ଚ ହେବା ଦରକାର, ଯାହା ପଂଳରେ ଏହି ପରିଷଦ ଏକ ନିଆର ପରିଷଦ ରୂପେ ପରିଗଣିତ ହୋଇପାରିବ ବୋଲି ସେ କହିଥିଲେ । ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଅଗ୍ରାଧିକାର ଦେବା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ଓ କର୍ମଚାରୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଉପରେ ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବୈଠକର କାର୍ଯ୍ୟସୂଚୀ ଉପରେ ପରିଷଦର ସଭ୍ୟ ମାନଙ୍କ ସହ ଆଲୋଚନା ପୂର୍ବକ ଜିଲ୍ଲାର ଊନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର କାର୍ଯ୍ୟସୂଚୀ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପୂର୍ବ ବୈଠକର ଲିପିବଦ୍ଧ ବିବରଣୀକୁ ଦୃଢୀକରଣ ନିମନ୍ତେ ଉପସ୍ଥାପନ କରାଯାଇଥିଲା । ପରେ ପରେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ପ୍ରଥମ ଦପାଂରେ ୬୫ ଟି ବିଦ୍ୟାଳୟକୁ ଏବଂ ଦ୍ୱିତୀୟ ଦପାଂରେ ୧୫୧ ଟି ବିଦ୍ୟାଳୟକୁ ୫ ଟି ରେ ଅନ୍ତର୍ଭୁକ୍ତ କରାଯାଇଚ୍ଥି । ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ସମସ୍ୟା ନେଇ ସଭ୍ୟ ମାନଙ୍କ ତରପଂରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହ ୫ ଟି ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ କି ପଦକ୍ଷେପ ନିଆଯାଉଚ୍ଥି ବୋଲି ସଭ୍ୟ ମାନେ ପ୍ରସଙ୍ଗ ଉଠାଇଥିଲେ । ନୂତନ ନିଯୁକ୍ତି ବଳରେ ଶିକ୍ଷକ ଅଭାବ ସମସ୍ୟା ପୂରଣ ହେବା ସଂଗେ ସଂଗେ ୫ ଟି ବିଦ୍ୟାଳୟ ମାନଙ୍କ ପାଇଁ ୨ ରୁ ୩ ଲକ୍ଷ ଟଙ୍କା ରକ୍ଷଣା ବେକ୍ଷଣ ପାଇଁ ଖର୍ଚ୍ଚ କରାଯାଇପାରିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ରାଠୋର ଉତ୍ତରରେ ପ୍ରକାଶ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ବ୍ଳ୍କର ପି.ଏଚ୍.ସି. ଏବଂ ସି.ଏଚ୍.ସି. ମାନଙ୍କରେ ବିଶେଷଜ୍ଞ ଓ ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଚ୍ଥି । ଏହାର ପୂରଣ ପାଇଁ ବିଭିନ୍ନ ଜୋନର ସଭ୍ୟ ମାନେ ଜିଲ୍ଳ୍ାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାୟୀ ଡାକ୍ତର ନିଯୁକ୍ତି ହେବା ପର୍ଯ୍ୟନ୍ତ ଏ ଗୁଡିକ ଚୁକ୍ତି ଭିତ୍ତିରେ ପୂରଣ ହେବ ଏବଂ ପ୍ରତ୍ୟେକଟି ପି.ଏଚ୍.ସି. କୁ ଜରୁରୀ କାଳୀନ ଆବଶ୍ୟକତା ପାଇଁ ୮ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଚ୍ଥି ବୋଲି ଜିଲ୍ଳ୍ାପାଳ ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ଓ ପରିମଳ ସମ୍ୱନ୍ଧ ଆଲୋଚନାରେ ମେଗା ପ୍ରକଳ୍ପ ଗୁଡିକ ପାଇଁ ରାସ୍ତ ଖରାପ ହେଉଚ୍ଥି, ଏବଂ ଏଗୁଡିକୁ ଶିଘ୍ର ସାରିବା ସହିତ ପାନୀୟ ଜଳ ସମସ୍ୟାକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ତଦାରଖ କରି ସଂପୃକ୍ତ ଅଂଚଳରେ ନିରବଚ୍ଚ୍ଥନ୍ନ ଜଳ ଯୋଗାଣ ପାଇଁ ବୈଠକରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ମାନେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେହିପରି ସାଧାରଣ ବଣ୍ଟନ କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ନୂଆ ରେସନ କାର୍ଡ ଯୋଗଇବା, ପିଡିଏସ୍ ସାମଗ୍ରୀର ପରିମାଣ କମ୍ ରହିବା ଏବଂ କିରୋସିନିର କଳାବଜାର ପ୍ରସଙ୍ଗ ସଭ୍ୟ ମାନଙ୍କ ଦ୍ୱାରା ଉଥାପନ କରାଯାଇଥିଲା । ଅନ୍ଲାଇନ୍ ପୋର୍ଟାଲରେ ବାଘାତ ଯୋଗୁଁ ନୂତନ ରେସନ କାର୍ଡ ପାଇବା ପାଇଁ ସମସ୍ୟା ଥିଲା, ଯାହା ଏବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଚ୍ଥି ଏବଂ ଜିଲ୍ଲା ପାଇଁ ୧୦ ହଜାର ପଡି କାର୍ଡ ପାଇଁ ଧାର୍ଯ୍ୟଲକ୍ଷ୍ୟ ରହିଚ୍ଥି ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଶେଷରେ ଜିଲ୍ଲା ପରିଷଦ ସଭାପତି ବୈଠକର ସପଂଳତା କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସମସ୍ତ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


