ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଭଣ୍ଡାରି ସାହି ଠାରେ ଥିବା ଉତ୍କଳ ହିତୈସିଣୀ ସମାଜ ସଭାଗୃହରେ କାର୍ଯ୍ୟକାରୀ ସଭାପତି ଭାରତ ଭୁଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟସ୍ତରୀ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନିର ଜିଲ୍ଲା ସମ୍ପଦାକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯିଏକି ଗତ ୧୯ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍କଳ ସ୍ମିଳନୀର ଏକାଦଶ ତମ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ଉକ୍ତ ବୈଠକକୁ ନେଇ ଆଲୋଚିତ ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀର ଭାଷା ଓ ସମୀ ସୁରକ୍ଷାକୁ ଦେଉଥିବା ପଦକ୍ଷେପକୁ ରାଜ୍ୟସ୍ତରରେ ପ୍ରଶଂସିତ କରାଯାଇଥିବାର ପ୍ରକାଶ କରିଥିଲେ । ଆଗାମୀ ଜୁଲାଇ ୧୬ ଓ ୧୭ ଦୁଇଦିନ ବ୍ୟାପୀ ବାଲେଶ୍ୱର ଭୋଗରାଇ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ମିଳନୀରେ ବିନୋଦ ଚନ୍ଦ୍ର ଜେନା, ଭରତ ଭୂଷଣ ମହାନ୍ତି, ହରିମୋହନ ପଟ୍ଟନାୟକ, ଦୁର୍ଗାମାଧବ ପଣ୍ଡା, ଆଶାଲତା ପାଣିଗ୍ରୀହୀ, ଅନାଦି ପାଣିଗ୍ରାହୀ, ଲିଙ୍ଗରାଜ ଦାସ, ତିରୁପତି ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକ ଶେଷରେ ବିଷ୍ଣୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


