କ୍ରସରରୁ ଚୋରୀ ଘଟଣାରେ ଅଟୋ ସହ ଚୋରୀ ସାମଗ୍ରୀ ଜବତ : ୭ ଅଭିଯୁକ୍ତ ଗିରଫ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ଥିବା ଏକ କ୍ରସରରୁ ଚୋରୀ ହୋଇଥିବା ନେଇ ମାଲିକ ପ୍ରଶାନ୍ତ ମଲିକ ମୋହନା ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ ୧୯ତାରିଖରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରି ଘଟଣାରେ ପୋଲିସ ଚୋରି ସାମଗ୍ରୀ । ଦୁଇଟି ବେଟ୍ରୀ, ୧୧ଟି ଲୁହା ପ୍ଲେଟ ସହ ଚୋରୀରେ ବ୍ୟବହୃତ ଏକ ଅଟୋ ନଂ ଓଡ଼ି ୦୭ୟୁ ୬୩୧୩ ଜବତ କରିଛି । ଚୋରୀ ଘଟଣାରେ ସଂପୃକ୍ତ ୨ କବାଡି ମାଲିକ ହେଲେ ଅଡବା ଥାନା ର ନିରଞ୍ଜନ ବେହେରା, ମୋହନା ର ନାରାୟଣ ଦାଶ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୫ ଜଣ ଅଭିଯୁକ୍ତମାନେ ମୋହନା ଥାନା ପି. ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନନାୟକ, ସୁନିଲ ନାୟକ, ସାଇମନ ନାୟକ, ଅଭିନା ସ ନାୟକ । ଗତ ୧୯ ତାରିଖରେ ବନ୍ଧାଗୁଡା ନିକଟରେ ଥିବା ସାନଖଣି ଗାଁର ପ୍ରଶାନ୍ତ ମଲ୍ଲିକଙ୍କ କ୍ରସର( ପଥର କୁଆଁରୀ)ରୁ ୧୧ ଗୋଟି କ୍ରସର ପ୍ଲେଟ, ୨ଟି ବେଟାରୀ ଚୋରି ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ସୂଚନା ଦେଇଛନ୍ତି ।


