ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଗୁଗୁଲ ମିଟ ଆପ ମାଧ୍ୟମରେ ଆଲୋଚନା ଚକ୍ର

ବୁଗୁଡା,(ଅନିଲ କୁମାର ମହାରଣା): ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ତୃତୀୟ ଅଧିବେଶନ ନଭେମ୍ବର ୨୨ ତାରିଖ ଦିନ ୧୦ ଘଣ୍ଟା ୩୫ ମିନିଟ ସମୟରେ ବୁଗୁଡା ନିକୁଞ୍ଜମୋହନ କ୍ଳବ ପରିସରରେ ପ୍ରତିଷ୍ଠାନର ମୁଖ୍ୟ, ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇଙ୍କ ତତ୍ତ୍ୱାବଧାନରେ ଗୁଗୁଲ ମିଟ ଆପ ମାଧ୍ୟମରେ “ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ:ଏହାର ବିକାଶ ଓ ଭବିଷ୍ୟତ” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶ୍ରୀ ପୋଲାଇ ସ୍ୱାଗତ ଭାଷଣ ସହ ଅତିଥି ବୃନ୍ଦଙ୍କ ପରିଚିୟ ପ୍ରଦାନ କରିବା ସହ ପାଠଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ରଘୁନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଗାଳ୍ପିକ ତଥା ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ପ୍ରବନ୍ଧକ ଅରବିନ୍ଦ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟ ଡ଼ଃ ଅରୁଣ କୁମାର ତ୍ରିପାଠୀ, ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଚିବ ଡ଼ଃ କୁଳମଣି ଓଝା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ଡ଼ଃ ଶଙ୍କର୍ଷଣ ମଲ୍ଲିକ, ବୁଗୁଡା ପିପୁଲସ କଲେଜ ଇଂରାଜୀ ବିଭାଗ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ, ଏବଂ ବ୍ରହ୍ମପୁରର କବି ଓ କଥାକାର ଶରତ କୁମାର ଦାସ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପକ ଶ୍ରୀ ପୋଲାଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଗୁଗୁଲ ମିଟ ଆପ ମାଧ୍ୟମରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଗବେଷଣା ପାଇଁ ଡ଼ଃ ଅରୁଣ କୁମାର ତ୍ରିପାଠୀଙ୍କୁ “ମ୍ୟାନ ଅଫ ସେମିନାର” ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଗଣ ଯୋଗାଯୋଗ ପାଇଁ ଅନିଲ କୁମାର ମହାରଣାଙ୍କୁ ” ମିଡ଼ିଆ ପର୍ସନାଲଟି” ସମ୍ମାନରେ ସମ୍ମାନିତ କରା ଯାଇଥିଲା। ସେହିପରି ଗୀତ ପରିବେଷଣ ପାଇଁ ଝରଣା ବିଷୋୟୀ ଓ ଶ୍ରୀରେଖା ପାତ୍ରଙ୍କୁ “ନବ ପ୍ରତିଭା” ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ